କନକ ବ୍ୟୁରୋ : କେରଳରେ ହାଇଆର୍ଲଟ । ନିପାରେ ସଂକ୍ରମିତ ହୋଇ ୨ଜଣଙ୍କ ମୃତ୍ୟୁ ଓ ୪ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ସାରା ରାଜ୍ୟରେ ଆଲର୍ଟ ଜାରି କରାଯାଇଛି । କୁନ୍ନୁର, କୋଝିକୋଡ, ୟାଏନାଡ ମଲ୍ଲପୁରମରେ ଆଲର୍ଟ ଜାରି କରାଯାଇଛି । କିଛି ସ୍ଥାନରେ କଟକଣା ମଧ୍ୟ ଲଗାଯାଇଛି । କଂଟେନମେଂଟ ଜୋନ ଘୋଷଣା କରାଯିବା ସହ ଏଠାରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଯେଉଁ ଅଂଚଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଠାକାର ସ୍କୁଲ ,କଲେଜକୁ ବନ୍ଦ ରଖାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏକଥା ସ୍ପଷ୍ଟ କରିଛନ୍ତି ସଂକ୍ରମଣ ପଛରେ ରହିଛି ନିପାର ଏକ ନୂଆ ପ୍ରଜାତି । ସେପଟେ ନିପାର ମୁକାବିଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ବୈଠକ କରାଯାଇଛି । ଦୁଇବର୍ଷ ପରେ କେରଳରେ ପୁଣି ଫେରିଛି ନିପା ।