ଯାଜପୁରରେ ଆଉ ୨ କୋରୋନା ପଜିଟିଭ ଚିହ୍ନଟ: ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮କୁ ବୃଦ୍ଧି; ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୪୭ ଛୁଇଁଲା

2,109

କନକ ବ୍ୟୁରୋ: ପୁଣି ଯାଜପୁରରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ । ଏହାସହିତ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ କଂଟେନମେଂଟ ଅଂଚଳର ବୋଲି ସ୍ପଷ୍ଟ କରିଛି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ରେ ପହଞ୍ଚିଛି।

କିଛି ସମୟ ଆଗରୁ ରାଜ୍ୟରେ ପୁଣି ଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ପକ୍ଷରୁ ସୂଚନା ଦିଆଯାଇଥିଲା। ଚିହ୍ନଟ ହୋଇଥିବା ଦୁଇ ପଜିଟିଭ୍ ବଲାଙ୍ଗୀର ଜିଲ୍ଲାର ଯୁବକ ବୋଲି ବି ସୂଚନା ମିଳିଥିଲା। ଦୁଇ ପଜିଟିଭ୍ ବଲାଙ୍ଗୀର ଜିଲ୍ଲାର ଲେଖାରିଆ ଗାଁର ବୋଲି ଜଣାଯାଇଛି। ଉଭୟଙ୍କର ବୟସ ଯଥାକ୍ରମେ ୨୨ ଓ ୧୮ ବର୍ଷ। ଏଦୁହେଁ ତାମିଲନାଡ଼ୁରୁ ଫେରିଛନ୍ତି। ଉଭୟଙ୍କର ଟ୍ରାଭେଲ ହିଷ୍ଟ୍ରି ଏବଂ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।

ଆଜି ଗୋଟିଏ ଦିନରେ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୨, ବଲାଙ୍ଗୀରରୁ ୨ ଓ ବାଲେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ପ୍ରଥମ ଥର ପାଇଁ ବଲାଙ୍ଗୀରକୁ ବ୍ୟାପିଛି କରୋନା । ତାମିଲନାଡୁରୁ ୨ ଯୁବକ ବଲାଙ୍ଗୀର ଲେଖାରିଆ ଗାଁକୁ ଆସଥିଲେ । ଆକ୍ରାନ୍ତ ବୟସ ହେଉଛି ୧୮ ଓ ୨୨ ବର୍ଷ । ସେହିପରି ଯାଜପୁରରୁ ଚିହ୍ଟ ୨ ଆକ୍ରାନ୍ତ ହେଉଛନ୍ତି କଂଟେନମେଂଟ ଜୋନ ଅଂଚଳର । ଜଣେ ୫୫ ବର୍ଷର ପୁରୁଷ ଓ ଆଉ ଜଣେ ୭୫ ବର୍ଷର ବୃଦ୍ଧା । ଏମାନେ କୋଲକତା ଫେରନ୍ତାଙ୍କ ସଂଶସ୍ପର୍ଶରେ ଆସିଥିଲେ ।

ଆଜି ସକାଳୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଂଚଳର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । । ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୫୮ ବର୍ଷ ଓ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଟୁଇଟ କରି ସୂଚନା ଦେଇଥିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆକ୍ରାନ୍ତ ବ୍ୟକ୍ତି ଜଣକ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ ଖୋଳତାଡ କରାଯାଉଛି । ଏହାକୁ ମିଶାଇ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ଛୁଇଁଛି । ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି ।