ନୂଆ ଆଇପିଏଲ୍ ଦଳ ପାଇଁ ଆଜି ଦୁବାଇରେ ହେବ ନିଲାମ : ନାମୀଦାମୀ କମ୍ପାନୀ ନିଲାମରେ ହେବେ ସାମିଲ

Advertisment
ନୂଆ ଆଇପିଏଲ୍ ଦଳ ପାଇଁ ଆଜି ଦୁବାଇରେ ହେବ ନିଲାମ : ନାମୀଦାମୀ କମ୍ପାନୀ ନିଲାମରେ ହେବେ ସାମିଲ

କନକ ବ୍ୟୁରୋ : ଆଇପିଏଲର ଆସନ୍ତା ସଂସ୍କରଣରେ ୨ଟି ନୂଆ ଦଳ ସାମିଲ ହେବେ । ନୂଆ ଦଳ ପାଇଁ ଦୁବାଇରେ ଆଜିଠୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ନୂଆ ଦଳ ବିକ୍ରିରୁ ବିସିସିଆଇ ୭ରୁ ୧୦ କୋଟି ଟଙ୍କା ପାଇବାକୁ ଆଶା ରଖିଛି । ୨ ଦଳ ଲାଗି ୨୨ଟି କମ୍ପାନୀ ଟେଣ୍ଡର କାଗଜପତ୍ର କିଣିଛନ୍ତି । ପ୍ରତ୍ୟେକ କମ୍ପାନୀ ୧୦ ଲକ୍ଷ ଟଙ୍କାର ଟେଣ୍ଡର କାଗଜପତ୍ର କିଣିଛନ୍ତି । ବିସିସିଆଇ ପ୍ରତି ଫ୍ରାଂଚାଇଜିର ବେସ୍ ପ୍ରାଇସ୍ ୨ ହଜାର କୋଟି ରଖିଛି ।

ଦେଶର ସବୁଠୁ ନାମୀଦାମୀ କମ୍ପାନୀ ନିଲାମରେ ଭାଗ ନେଉଥିବାରୁ ବିସିସିଆଇ ଅଧିକ ଆୟ କରିବା ସମ୍ଭାବନା ରହିଛି । ଭାରତର ସବୁଠୁ ଧନୀ ବ୍ୟବସାୟୀ ଗୌତମ ଅଦାନୀ ଏବଂ ତାଙ୍କ ଗ୍ରୁପ୍, ଆରପିଏସଜି ଗ୍ରୁପ୍ର ଅରବପତି ସଂଜୀବ ଗୋଏଙ୍କା ପ୍ରମୁଖ ନିଲାମରେ ସାମିଲ ହେବେ । ଗୋଏଙ୍କା ପୂର୍ବରୁ ପୁଣେ ସୁପରଜ୍ୟାଂଟସ୍ କିଣିଥିଲେ । ଓଡ଼ିଶାରୁ ଏକ ନୂଆ ଆଇପିଏଲ୍ ଦଳ ହେବା ମଧ୍ୟ ସମ୍ଭାବନା ରହିଛି । ନବୀନ ଜିନ୍ଦଲ ମଧ୍ୟ ନିଲାମରେ ଭାଗ ନେଉଛନ୍ତି । ସେ ନିଲାମରେ ସଫଳ ହେଲେ, କଟକରୁ ଏହି ଦଳ ଖେଳିବା ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe