ଆସିବ ନୂଆ ଗର୍ଭ ନିରୋଧକ ପଦ୍ଧତି । ରାଜ୍ୟ ପରିବାର ନିୟୋଜନରେ ଯୋଡି ହେଲା ଦୁଇ ନୂଆ ଗର୍ଭନିରୋଧକ ।

1,089

କନକ ବ୍ୟୁରୋ: ଆସିବ ନୂଆ ଗର୍ଭନିରୋଧକ ପଦ୍ଧତି । ରାଜ୍ୟ ପରିବାର ନିୟୋଜନରେ ଯୋଡି ହେଲା ଦୁଇ ନୂଆ ଗର୍ଭନିରୋଧକ । ଏହି ଦୁଇ ପଦ୍ଧତି ହେଉଛି ସବ ଡର୍ମାଲ ଇମ୍ଲାଣ୍ଟ ଓ ଅନ୍ତରା ଇଞ୍ଜେକସନ । ସବ ଡର୍ମାଲ ଇମ୍ଲାଣ୍ଟ ପଦ୍ଧତିରେ ମହିଳାଙ୍କ ବାମ ହାତର ଉପର ଭାଗରେ ଚର୍ମ ତଳେ ନିଡିଲ ଆକାରର ଏକ ରଡ ରଖାଯିବ ।  ଏହା ତିନି ବର୍ଷ ପର୍ଯ୍ୟନ୍ତ ଶରୀରରେ ରହିବ । ସେଥିରୁ ଏକ ହର୍ମନ କ୍ଷରିତ ହେବ, ଯାହା ଗର୍ଭଧାରଣ ରୋକିବାରେ ସହାୟକ ହେବ । ଏହାଛଡା ଅନ୍ତରା ଇଞ୍ଜେକ୍ସନ ଦ୍ୱାରା ମହିଳାମାନେ ୩ ମାସ ପର୍ଯ୍ୟନ୍ତ ଗର୍ଭଧାରଣ ରୋକିପାରିବେ ।  ପ୍ରାରମ୍ଭିକ ଭାବେ ଏହି ଦୁଇ ନୂଆ ପଦ୍ଧତିକୁ କଟକ, ଗଜପତି, ବାଲେଶ୍ୱର ଏବଂ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରାଯାଇଛି ।