ଗତବର୍ଷ ମେ’ ମାସରେ ନିପାହ ଭାଇରସ କବଳରେ କେରଳର ୧୩ ଲୋକଙ୍କ ମୃତ୍ୟୁ ହୋଇଥିଲା ଓ ପାଖାପାଖି ୪୦ଜଣ ଏଥିରେ ଗମ୍ଭୀର ରୂପେ ପ୍ରଭାବିତ ହୋଇଥିଲେ । ଏବେ ପୁଣି ଥରେ କେରଳରେ ନିପାହ ପାଦ ଦେଇଛି । ଜଣେ ଯୁବକଙ୍କୁ ନିପାହ ହେବାର ଖବର ସାମନାକୁ ଆସିଛି । ଏବଂ ଏହା ସ୍ପଷ୍ଟ ବି ହୋଇସାରିଛି । ଏମିତିରେ ନିପାହ ଦ୍ୱାରା ପୀଡିତ ସେହି ଯୁବକଙ୍କ ସହିତ ତାଙ୍କ ଚିକିତ୍ସା କରୁଥିବା ୩ ନର୍ସ ଓ ଆଉ ଜଣେ ବ୍ୟକ୍ତିଙ୍କୁ ସମସ୍ତଙ୍କ ଠାରୁ ଅଲଗା ରଖାଯାଇଛି । ରୋଗର ଭୟାବହତାର ଅନୁମାନ ଲଗାଯାଇପାରେ କି, କେରଳରେ ୭୦୦ରୁ ଅଧିକ ଲୋକଙ୍କୁ ନଜରରେ ରଖାଯାଇଛି ।

ବାଦୁଡ଼ି ଯୋଗୁଁ ନିପାହ ଭାଇରସ ବ୍ୟାପିଥାଏ । ଆକ୍ରାନ୍ତ ବାଦୁଡ଼ି ଓ ପକ୍ଷୀମାନେ ଖାଇଥିବା ଫଳକୁ ଖାଇଲେ ସଂକ୍ରମଣ ହୋଇଥାଏ, ସଂକ୍ରମିତ ବାଦୁଡ଼ି ଓ ଘୁଷୁରୀର ସିଧା ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହୋଇଥାଏ, କିମ୍ବା ସଂକ୍ରମିତ ହୋଇଥିବା ଅନ୍ୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହୋଇଥାଏ ‘ନିପାହ’।

publive-image

ନିପା ଭାଇରସର ଲକ୍ଷଣ କ’ଣ?

• ଜ୍ୱର, ମୁଣ୍ଡବିନ୍ଧା, ନିଶ୍ୱାସ ନେବାରେ କଷ୍ଟ, ମାନସିକ ଅବସାଦ, କୋମା ଅବସ୍ଥା ଓ ଅସ୍ୱାଭାବିକ ମୃତ୍ୟୁ।

• ନିପା ଭାଇରସ ସଂକ୍ରମଣ ହେବା ପରେ ୫ରୁ ୧୪ ଦିନ ମଧ୍ୟରେ ଏହାର ପ୍ରଭାବରେ ଅସୁସ୍ଥତା ଆରମ୍ଭ ହୋଇଯାଏ। ମୁଖ୍ୟତଃ ଜ୍ୱର ହେବା ସହ ପ୍ରବଳ ମୁଣ୍ଡବିନ୍ଧା ହୋଇଥାଏ।

• ୪୮ ଘଂଟା ମଧ୍ୟରେ ଏହି ଭାଇରସରେ ପୀଡିତ ରୋଗୀଙ୍କ ଚିକିତ୍ସା କରାନଯାଏ, ତେବେ ରୋଗୀ କୋମାରେ ଯାଇପାରନ୍ତି ।

ଚିକିତ୍ସା ଓ ନିରାକରଣ : ନିପାହ ଭାଇରସ୍ ପାଇଁ ଏବେ ଯାଏଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଉଦ୍ଭାବିତ ହୋଇନାହିଁ। ନିପାହ ଆକ୍ରାନ୍ତ ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରେ ଉଚିତ୍ ଯତ୍ନ ସହ ଚିକିତ୍ସା କରିବା ଆବଶ୍ୟକ।