କନକ ବ୍ୟୁରୋ: କୋଚିଂ ହବ୍ ଭାବେ ପରିଚିତ ରାଜସ୍ଥାନ କୋଟାରେ ଆତ୍ମହତ୍ୟା କରୁଛନ୍ତି ଜଣଙ୍କ ପରେ ଜଣେ ଛାତ୍ର । ଲଗାତାର ଛାତ୍ର ଆତ୍ମହତ୍ୟା ବୃଦ୍ଧି ପାଇବା ଘଟଣା ଏବେ ଚିନ୍ତା ବଢାଇଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ଆତ୍ମହତ୍ୟା କରିଛନ୍ତି ଆଉ ୨ଜଣ ଛାତ୍ର ।

Advertisment

ଡାକ୍ତରୀ ପଢିବା ଆଶାରେ ନିଟରେ କୃତକାର୍ଯ୍ୟ ହେବା ଆଶା ରଖିଥିଲେ । ପରୀକ୍ଷା ହଲରୁ ବାହାରିବାର ମାତ୍ର କିଛି ସମୟ ପରେ ୨ ଛାତ୍ର ଆତ୍ମହତ୍ୟା କରିଛନ୍ତି । ୨ ଛାତ୍ରଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରର ଏବଂ ଅନ୍ୟ ଜଣେ ବିହାରର । ଛାତ୍ର ଆତ୍ମହତ୍ୟା ମାମଲା ବଢୁଥିବାରୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ପରୀକ୍ଷା ବନ୍ଦ ପାଇଁ କୋଟିଂ ସେଂଟରଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । କୌଣସି ବି କୋଚିଂ ସେଂଟର ୨ ମାସ ମଧ୍ୟରେ କିଛି ଟେଷ୍ଟ କରିପାରିବେନି । ଏଥିସହ କୋଚିଂ ଇନଷ୍ଟିଚ୍ୟୁଟର ସବୁ ରୁମର ଫ୍ୟାନରେ ଆତ୍ମହତ୍ୟା ନିରୋଧୀ ଉପକରଣ ଲଗାଇବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କୋଟାରେ ଏବେ ସମଗ୍ର ଦେଶରୁ ପ୍ରାୟ ୩ ଲକ୍ଷ ଛାତ୍ର ରହି କୋଚିଂ ନେଉଛନ୍ତି ।