ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

776

କନକ ବ୍ୟୁରୋ: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଛି । ଏନେଇ ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ସେମାନଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଯୋଗାଇଦେବାକୁ ଏସଆରସି ପ୍ରେସରିଲିଜ ଜାରି କରି ସୂଚନା ଦେଇଛନ୍ତି । ଅନ୍ୟପଟେ ୨୪ ଜଣ ଆହତ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଜାତୀୟ ମାନବାଧିକାର କମିଶନରେ ମାମଲା ରୁଜୁ । ପ୍ରତ୍ୟେକ କ୍ଷତିଗ୍ରସ୍ତଙ୍କୁ ୩୦ଲକ୍ଷ ଟଙ୍କାର ସହାୟତା ଓ ଅନ୍ୟାନ ସୁବିଧା ଯୋଗାଇଦେବାକୁ ଦାବି ହୋଇଛି ।