‘ବ୍ଲାକ ଫଙ୍ଗସ୍’ ଲକ୍ଷଣ ଥିବା ଆଉ ଦୁଇ ଜଣ ରୋଗୀ ଓଡ଼ିଶାରୁ ଚିହ୍ନଟ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଜଣେ ଦୃଷ୍ଟିଶକ୍ତି ହରାଇଥିବା ବେଳେ, ଆଉ ଜଣଙ୍କ ଆଖି ଓ ନାକ ପ୍ରଭାବିତ

494

କନକ ବ୍ୟୁରୋ: ଗୋଟିଏ ପଟେ କୋଭିଡ ମୁଣ୍ଡବ୍ୟଥାର କାରଣ ପାଲଟି ଥିବା ବେଳେ ଏବେ ବ୍ଲାକ ଫଙ୍ଗସ ନୂଆ ଭୟ ସୃଷ୍ଟି କଲାଣି, ସୋମବାର ବ୍ଲାକ ଫଙ୍ଗସ ଥିବା ଜଣେ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଭୁବନେଶ୍ୱରର ଆଉ ଏକ ଘରୋଇ ହସ୍ପିଟାଲ ରେ ‘ବ୍ଲାକ ଫଙ୍ଗସ’ ଲକ୍ଷଣ ଥିବା ଦୁଇ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେହି ଦୁଇଜଣ ରୋଗୀଙ୍କୁ ପୂର୍ବରୁ କୋଭିଡ ହୋଇଥିଲା ଏବଂ ତା ପରେ ବ୍ଲାକ ଫଂଗଶ ହୋଇଛି,ଏବେ ଆଖି ନାକ ଫୁଲିବା ସହ ମୁଣ୍ଡ ବ୍ୟଥା ମଧ୍ୟ ହେଉଛି, ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଜଣେ ରୋଗୀର ଗୋଟିଏ ପଟ ଆଖିରେ ଦେଖିବା କ୍ଷମତା ଆଉ ରହିନାହିଁ

ଅନ୍ୟପଟେ ଏହି ବ୍ଲାକ ଫଙ୍ଗଶ ଏକ ନୂଆ ରୋଗ ନୁହେଁ ବୋଲି କହିଛନ୍ତି କେଆର ହସ୍ପିଟାଲ କନସଲଟାଣ୍ଟ ନିଉରୋଲଜିଷ୍ଟ ମିତାଲି କର,ଏହି ରୋଗ ପୂର୍ବରୁ ମଧ୍ୟ ଥିଲା ଓ ଏହାର ଚିକିତ୍ସା କରାଯାଉଥିଲା,ବିଭିନ୍ନ ମାଧ୍ୟମରେ ଏହି ରୋଗ ମଣିଷ ଶରୀରକୁ ଆସିଥାଏ,ଏହା ପ୍ରଭାବରେ ଆଖି ନାକ ଫୁଲିବା ସହ ପ୍ରଚୁର ମୁଣ୍ଡବ୍ୟଥା ହୋଇଥାଏ

ନଜର ପକାନ୍ତୁ ଏହି ରୋଗର ଲକ୍ଷଣ ସବୁ କଣ
୧- ଆଖି, ନାକ ଚାରିପଟେ ଯନ୍ତ୍ରଣା ହେବା ଏବଂ ଲାଲ ହୋଇଯିବା
୨- ଇନଫେକସନ ପ୍ରଭାବରେ ଜ୍ୱର ଆସିବ ଓ ମୁଣ୍ଡ ବ୍ୟଥା ହେବ
୩- କାଶ ହେବ ଏବଂ ଅଣନିଶ୍ୱାସୀ ଲାଗିବ
୪- ନାକ ବନ୍ଦ ହେବା ଭଳି ଲାଗିବ ଏବଂ ନାକରୁ କଳା ପାଣି ବାହାରିବ
୫- ଦାନ୍ତ ଢିଲା ହୋଇଯିବା ଭଳି ଲାଗିବ
୬- ଆଖିକୁ ଝାପସା ଦେଖାଯିବ କିମ୍ବା ଡବଲ ଦେଖାଯିବ
୭- ଛାତି ବ୍ୟଥା ହେବ ଏବଂ ପ୍ରଶ୍ୱାସ ନେବାରେ କଷ୍ଟ ହେବ

ଏହି ରୋଗରେ ମୃତ୍ୟୁର ୩୦ ପ୍ରତିଶତରୁ ୮୦ ପ୍ରତିଶତ ଯାଏଁ ଆଶଙ୍କା ରହିଥାଏ । କିନ୍ତୁ ଶୀଘ୍ର ଜଣାପଡିଗଲେ ଏହି ରୋଗକୁ ଠିକ କରାଯାଇ ପାରିବ । ଏହି ରୋଗକୁ ମ୍ୟୁକୋରମାଇକୋସିସ୍ ମଧ୍ୟ କୁହାଯାଏ