ଆଉ ୨ ସହରକୁ ଝାରସୁଗୁଡାରୁ ଉଡିବ ବିମାନ । କୋଲକାତା ଏବଂ ବାଙ୍ଗାଲୋରକୁ ବିମାନ ଉଡିବା ନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ।

543

କନକ ବ୍ୟୁରୋ : ଝାରସୁଗୁଡା ବିମାନବନ୍ଦରରୁ ଆଉ ୨ଟି ସହରକୁ ଉଡିବ ବିମାନ । ଝାରସୁଗୁଡାରୁୁ କୋଲକାତା ଏବଂ ବାଙ୍ଗାଲୋରକୁ ବିମାନ ଉଡିବ । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପୂର୍ବରୁ ଝାରସୁଗୁଡା ବିମାନବନ୍ଦରରୁ ୫ଟି ସ୍ଥାନକୁ ବିମାନ ଉଡାଣ କରୁଥିଲା । ସେପଟେ ରାଉରକେଲା ଏୟାରଷ୍ଟ୍ରିପ୍ ଚୁଡାନ୍ତ କରିବାକୁ କାମ ଚାଲିଛି ।

ସେହିପରି ଜୟପୁର ଏୟାରଷ୍ଟ୍ରିପ୍ ପାଇଁ ୫୫ କୋଟି ଟଙ୍କାର ଟେଣ୍ଡର ହୋଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ବୀର ସୁରେନ୍ଦ୍ର ସାଏ ନାମରେ ନାମିତ ରାଜ୍ୟର ଏହି ଦ୍ୱିତୀୟ ବିମାନବନ୍ଦରକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ୨୦୧୮ ସେପ୍ଟେମ୍ବର ମାସ ୨୨ ତାରିଖରେ ଏହି ବିମାନବନ୍ଦରର ଉଦଘାଟନ ହୋଇଥିଲା ।