ଝାରସୁଗୁଡାରୁ ଆଉ ୨ କରୋନା ପଜିଟିଭ: ମଙ୍ଗଳବଜାର ଓ ବ୍ରଜରାଜନଗରରୁ ଆକ୍ରାନ୍ତ ଚିହ୍ନଟ; ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ବର୍ଷକର କୁନି ଝିଅ, କାଲି ୫ ବର୍ଷର ଶିଶୁଠାରେ ମିଳିଥିଲା କୋଭିଡ୍ ଭୂତାଣୁ

1,241

କନକ ବ୍ୟୁରୋ: କୁନି ଝିଅକୁ କୋରନା । ଝାରସୁଗୁଡ଼ାରୁ ଆଉ ୨ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବର୍ଷକର ଝିଅ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ଜଣେ ମଙ୍ଗଳବଜାର ଏବଂ ଅନ୍ୟ ଜଣେ ବ୍ରଜରାଜନଗର ଅଂଚଳର । ଏନେଇ ଟୁଇଟ କରି ସୁଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ । ମଙ୍ଗଳବଜାରର ଜଣେ ବର୍ଷକର ଝିଅକୁ କୋରନା ପଜିଟିଭ ଥିବା ଜଣାପଡ଼ିଛି । ଗତକାଲି ସେହି ପରିବାରର ୫ବର୍ଷିୟ ଶିଶୁ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବହାର ରାଜ୍ୟରୁ ଆସିବା ପରେ ସେମାନରେ ସଂଗରୋଧରେ ଥିଲେ । ବ୍ରଜରାଜନଗରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ମହାରାଷ୍ଟ୍ରରୁ ଆସି ସଂଗରୋଧରେ ଥିଲେ ।

ଆଜି ଝାରସୁଗୁଡା ଜିଲ୍ଲାରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୧ ବର୍ଷର ଶିଶୁ ଥିବାବେଳେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଅଛନ୍ତି । ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଏ ବାବଦରେ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ ଝାରସୁଗୁଡା ଜିଲ୍ଲାର ମଙ୍ଗଳବଜାର ଅଂଚଳର ଜଣେ ୧ ବର୍ଷର ଶିଶୁ କନ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଶିଶୁଙ୍କ ପରିବାର ବାହାର ରାଜ୍ୟରୁ ଫେରି ହୋମ କ୍ଵାରେଣ୍ଟିନରେ ଥିଲେ ।

ଗତକାଲି ଚିହ୍ନଟ ହୋଇଥିବା ୫ ବର୍ଷୀୟ ଶିଶୁ ଏହି ୧ ବର୍ଷୀୟ ଶିଶୁଙ୍କ ଭାଇ ବୋଲି ଜଣାପଡିଛି । ଅନ୍ୟ ଆକ୍ରାନ୍ତ ଜଣକ ମହାରାଷ୍ଟ୍ରରୁ ଫେରିଥିବାବେଳେ ସେ କ୍ଵାରେଣ୍ଟିନ ସେଣ୍ଟରରେ ଥିଲେ । ଏହା ପରେ ମଙ୍ଗଳବଜାର ଅଂଚଳକୁ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରାଯାଇଛି । ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ଝାରସୁଗୁଡା ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଂଚିଛି । ସେହିପରି ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୧୯୧ରେ ପହଂଚିଥିବାବେଳେ ୪୩୬ ଜଣ ସୁସ୍ଥ ହୋଇଛନ୍ତି । ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ୭୪୮ଟି ସକ୍ରିୟ ମାମଲା ରହିଛି ।