ମହାନଦୀ ୪ ଜଣ ଛାତ୍ର ବୁଡିଯିବା ଘଟଣା : ବର୍ତ୍ତମାନ ସୁଦ୍ଧା ୩ଜଣଙ୍କ ମୃତଦେହ ଉଦ୍ଧାର; ଜଣେ ଛାତ୍ର ଏବେ ବି ନିଖୋଜ

Advertisment
ମହାନଦୀ ୪ ଜଣ ଛାତ୍ର ବୁଡିଯିବା ଘଟଣା : ବର୍ତ୍ତମାନ ସୁଦ୍ଧା ୩ଜଣଙ୍କ ମୃତଦେହ ଉଦ୍ଧାର; ଜଣେ ଛାତ୍ର ଏବେ ବି ନିଖୋଜ

କନକ ବ୍ୟୁରୋ : ମହାନଦୀରେ ଭାସିଗଲେ ୪ଛାତ୍ର । ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର ଓ ଏବେ ବି ଜଣେ ଛାତ୍ରଙ୍କ ପତ୍ତା ମିଳୁନି । ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜ ରହିଥିବା ଛାତ୍ରଙ୍କୁ ଖୋଜିବା ଲାଗି ଉଦ୍ଧାରକାରୀ ଦଳ ପକ୍ଷରୁ ପ୍ରୟାସ ଜାରି ରହିଛି । ଏମାନେ ସମସ୍ତେ ଚାଉଳିଆଗଂଜ ଅଂଚଳ ଥାନା ପୋତାପୋଖରୀ ଓ ବିନାୟକ ନଗରର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନରେ ଏହି ୪ ଜଣ ସାଙ୍ଗ ଗାନ୍ଧୀପଲ୍ଲୀ ବାଲିଗଡାରେ ଦୁଇଟି ସାଇକେଲ ରଖି ପଠାକୁ କୋଳି ତୋଳିବାକୁ ଯାଇଥିବାବେଳେ ନଦୀସ୍ରୋତରେ ଭାସି ଯାଇଥିଲେ । ଭାସି ଯିବା ସମୟରେ ନଦୀ ଭିତରଟି ଅନ୍ଧାରୁଆ ହୋଇ ଯାଇଥିଲା । ଫଳରେ, ଏ ସଂପର୍କରେ କେହି ଜାଣି ପାରି ନଥିଲେ । ବିଳମ୍ବିତ ରାତିରେ କିଛି ଯୁବକ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ସେଠାରେ ଦୁଇଟି ସାଇକେଲ ପଡ଼ିଥିବା ଦେଖି ଆଖପାଖ ଲୋକଙ୍କୁ ଖବର ଦେଇଥିଲେ। ଖବର ଦେବା ପରେ ନୂଆବଜାର ପୋତାପୋଖରୀ ଅଞ୍ଚଳର ଦୁଇ ଜଣ ସ୍କୁଲ ଛାତ୍ର ଘରୁ ନଦୀକୁ କୋଳି ତୋଳିବାକୁ ଯାଉଛନ୍ତି ବୋଲି କହି ଆଉ ଘରକୁ ଫେରି ନଥିବା ଜଣାପଡ଼ିଥିଲା ।

ଘର ଲୋକ ଏ ସଂକ୍ରାନ୍ତରେ ଖବର ପାଇବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି କରି ଭଦିମୂଳ ଘାଟ ନିକଟରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହଟି ପୋତାପୋଖରୀ ଅଞ୍ଚଳର ମୁନା ବେହେରାଙ୍କ ପୁଅ ଜଗା ବେହେରାଙ୍କର ବୋଲି ସ୍ପଷ୍ଟ ହୋଇଥିବା ବେଳେ ଏହି ସାହିର ରବି ସେଠୀଙ୍କ ପୁଅ ଶୁଭମ ସେଠୀ, ଅଜୟ ବେହେରାଙ୍କ ପୁଅ ଚନ୍ଦନ ବେହେରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe