‘TATA SKY’ର ବଡ ଅଫର : ୨ ମାସ ମାଗଣାରେ ଦେଖିପାରିବେ ଟିଭି । ଜାଣନ୍ତୁ କେଉଁ ଗ୍ରାହକଙ୍କୁ ମିଳିବ ଏହି ଅଫରର ଫାଇଦା?

2,048

କରୋନା ପାଇଁ ଲକଡାଉନରେ ଘରୁ ନ ବାହାରିବାକୁ ଲୋକଙ୍କୁ କୁହାଯାଉଛି । ଆଉ ଏଭଳି ସମୟରେ ଘରେ ମନୋରଞ୍ଜନର ସବୁଠୁ ବଡ ମାଧ୍ୟମ ପାଲଟିଛି ଟେଲିଭିଜନ । ଫାଙ୍କା ସମୟ ମିଳିଲା ମାତ୍ରେ ଲୋକେ ମନୋରଞ୍ଜନ ପାଇଁ ଟିଭି ଖୋଲି ବସୁଛନ୍ତି । ଆଉ ଏତିକିବେଳେ କେବୁଲ ସର୍ଭିସ ପ୍ରୋଭାଇଡର ଟାଟା ସ୍କାଇ ଏକ ନୂଆ ଅଫର ସାମ୍ନାକୁ ଆଣିଛି । ଯେଉଁଥିରେ ଉପଭୋକ୍ତାଙ୍କୁ ୨ ମାସର ମାଗଣା ସର୍ଭିସ ଯୋଗାଇ ଦେଉଛି କମ୍ପାନି । ଏହି ଫ୍ରି ସର୍ଭିସ ଏକାସଙ୍ଗେ ୧ ବର୍ଷର ରିଚାର୍ଜ ଉପରେ ଉପଭୋକ୍ତା ପାଇପାରିବେ । କିନ୍ତୁ ଏହି ଅଫରର ଫାଇଦା କିଛି ସୀମିତ ଲୋକ ହିଁ ପାଇପାରିବେ । କାରଣ ଯେଉଁ ଉପଭୋକ୍ତା ସିଟି ବ୍ୟାଙ୍କର ଡେବିଟ ଓ କ୍ରେଡିଟ କାର୍ଡରେ ଟାଟା ସ୍କାଇ ଆକାଉଣ୍ଟ ରିଚାର୍ଜ କରିବେ ସେମାନେ ଏହି ଫାଇଦା ପାଇପାରିବେ ।

ଏହାପୂର୍ବରୁ ଟାଟା ସ୍କାଇ ଦ୍ୱାରା ଲଙ୍ଗ-ଟର୍ମ ରିଚାର୍ଜ ଅପସନ୍ ଟାଟା ସ୍କାଇ କ୍ୟାସବ୍ୟାକ ଅଫର ଉପଭୋକ୍ତାଙ୍କୁ ଦେଉଛି କମ୍ପାନି । ଏହି ଅଫର ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ଥିଲା । ତେବେ ନୂଆ ଅଫର କେବଳ ସିଟିବ୍ୟାଙ୍କ କାର୍ଡଧାରୀଙ୍କ ପାଇଁ ଉପଲବ୍ଧ ରହିବ । ଟାଟା ସ୍କାଇ ମୋବାଇଲ ଆପ୍ ଓ ୱେବସାଇଟ ଜରିଆରେ ରିଚାର୍ଜ କରି ଏହି ଅଫରର ଫାଇଦା ଉଠାଇପାରିବେ ଉପଭୋକ୍ତା ।

୨୦୧୯ରେ କମ୍ପାନି ଆଣିଥିବା କ୍ୟାସବ୍ୟାକ୍ ଅଫରରେ ଉପଭୋକ୍ତା ଗୋଟିଏ ମାସର ଅତିରିକ୍ତ ଫ୍ରି ସର୍ଭିସ ପାଇପାରୁଥିଲେ । ତେବେ ଟାଟା ସ୍କାଇ ଆଣିଥିବା ନୂଆ ଅଫର ପାଇବାକୁ ହେଲେ ଗ୍ରାହକଙ୍କୁ ଏକାସଙ୍ଗରେ ୧୨ ମାସର ରିଚାର୍ଜ କରିବାକୁ ପଡିବ । ତେବେ ଏହି ରିଚାର୍ଜ ସିଟିବ୍ୟାଙ୍କର ଡେବିଟ କିମ୍ବା କ୍ରେଡିଟ କାର୍ଡ କରିବା ଆବଶ୍ୟକ । ସିଟିବ୍ୟାଙ୍କର କର୍ପୋରେଟ କାର୍ଡରେ ରିଚାର୍ଜ କଲେ ଏହି ଅଫରର ଫାଇଦା ଉଠାଇପାରିବେନି ଉପଭୋକ୍ତା ।

ରିଚାର୍ଜ କରିବାର ୪୮ ଘଣ୍ଟା ମଧ୍ୟରେ ପ୍ରଥମ ମାସ ପାଇଁ କ୍ୟାସବ୍ୟାକ ଆକାଉଣ୍ଟକୁ କ୍ରେଡିଟ୍ କରିଦିଆଯିବ । ସେହିଭଳି ବଳକା ଗୋଟିଏ ମାସର ଫ୍ରି ସର୍ଭିସ ବାବଦକୁ ୭ ଦିନ ମଧ୍ୟରେ କ୍ୟାସବ୍ୟାକ୍ ଆସିବ । ଏହି ଅଫର ୩୦ ଜୁନ୍ ୨୦୨୦ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଗୋଟିଏ ସିଟି ବ୍ୟାଙ୍କ କାର୍ଡରେ ମାସକୁ କେବଳ ଥରେ ମାତ୍ର ଏହି ରିଚାର୍ଜ କରାଯାଇପାରିବ । ସବୁଠୁ ବଡ କଥା ହେଲା, ପୂର୍ବରୁ ଲଙ୍ଗ ଟର୍ମ ଚ୍ୟାନେଲ ଅଫରର ଲାଭ ଉଠାଉଥିବା ଉପଭୋକ୍ତାଙ୍କୁ ନୂଆ ସିଟିବ୍ୟାଙ୍କ ଅଫର ମିଳିବ ନାହିଁ । ସକ୍ରିୟ ଥିବା ଉପଭୋକ୍ତା ହିଁ ଏହି ଅଫରର ଲାଭ ଉଠାଇପାରିବେ ।