ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ନାବାଳକ । କୋରାପୁଟ ଜିଲ୍ଲା ସୁନାବେଢ଼ାରୁ ଆସିଲା ଦୁଃଖଦ ଘଟଣା । ପହଁରା ଜାଣିନଥିବା ବେଳେ ନଦୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ ।

257

କନକ ବ୍ୟୁରୋ : ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ । କୋରାପୁଟ ଜିଲ୍ଲା ସୁନାବେଢ଼ାରୁ ଆସିଲା ଦୁଃଖଦ ଘଟଣା । ସୂଚନା ମୁତାବକ ନଦୀକୁ ୨ଜଣ ନାବାଳକ ଗାଧୋଇବାକୁ ଯାଇଥିବା ବେଳେ ଅଧିକ ପାଣିକୁ ପସିଯାଇଥିଲେ । ପହଂରା ଜାଣିନଥିବା ବେଳେ ନଦୀରେ ବୁଡ଼ି ଯାଇଥିଲେ ।

ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଂଚି ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର ୨ ନାବାଳକଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।