କନକ ବ୍ୟୁରୋ : କେନାଲ ପାଣି ସ୍ରୋତରେ ଭାସିଯାଇ ଦୁଇ ନାବାଳିକାଙ୍କ ମୃତ୍ୟୁ । ଏଭଳି ଦୃଦୟବିଦାର ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଚିଗୁଡା ଗାଁରେ । ଗାଁ ନିକଟରେ ବୋହିଯାଉଥିବା ନିବ ନିର୍ମିତ ଉଠାଜଳସେଚନ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ସଂପର୍କୀୟ ଭଉଣୀଙ୍କ ମୃତ୍ୟୁ ଘଟିଛି ।
ମୃତକମାନେ ହେଲେ ୧୦ ବର୍ଷ ବୟସ୍କା ପ୍ରିୟଙ୍କା ପୁଝାରୀ ଓ ୭ ବର୍ଷ ବୟସ୍କା ଯଜ୍ଞସେନୀ ପୁଝାରୀ । ଘଟଣାପରେ ଅଗ୍ନିଶମ ବିଭାଗ ଏକ ଟିମ୍ ଓ ପୋଲିସ ଧଳ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିଥିଲେ । ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୁଇ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/12_03_2018-murder-deadbody.jpg)