କେନାଲରେ ବୁଡି ୨ ନାବାଳକଙ୍କ ଗଲା ଜୀବନ । ମେଡିକାଲରେ ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର

167

କନକ ବ୍ୟୁରୋ : ଗାଧୋଇବାକୁ ଯାଇ ୨ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ବାଂଶଡ଼ା ଥାନା ଅଧିନ ଜଳେଶ୍ୱରପୁର ଗ୍ରାମପଂଚାୟତ ମାଝିସାହିର ଧନେଶ୍ୱର ମହାଳିକଙ୍କ ପୁଅ ଜଗନ ମହାଳିକ (୯) ଓ ବେଣୁଧର ମହାଳିକଙ୍କ ମନୋଜ ମହାଳିକ (୧୨) ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ଜଗନ ଓ ମନୋଜ ବଂଶୀକଣ୍ଟା ନେଇ ଗାଁ ମୁଣ୍ଡ ଦେଇଯାଇଥିବା କେନାଲକୁ ଗାଧୋଇବା ଯାଇଥିଲେ । ଏହି ସମୟରେ ଅସତର୍କତା ପାଇଁ ଜଣଙ୍କ ପରେ ଜଣେ ପାଣିରେ ଗଳି ପଡ଼ିଥିଲେ । କିନ୍ତୁ ଅପରାହ୍ନ ପର୍ୟ୍ୟନ୍ତ ଉଭୟ ନାବାଳକ ଘରକୁ ନ ଫେରିବାରୁ ପରିବାର ଲୋକଙ୍କର ଚିନ୍ତା ବଢ଼ିଥିଲା । ପରିବାର ଲୋକେ କେନାଲ ଆଡ଼କୁ ଯାଇ ଖୋଜାଖୋଜି କରିବା ସମୟରେ ପ୍ରଥମେ ଚପଲବାହାରେ ପଡ଼ିଥିଲା ଦେଖିଥିଲେ । ପରେ ଗାଁ ଲୋକଙ୍କ ସହାୟତାରେ ଉଭୟ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ହସ୍ପିଟାଲ ନିଆଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ ।