ଗାଧେଇବାକୁ ଯାଇ ବୁଡ଼ିଗଲେ ଭାଇ-ଭଉଣୀ । ନୟାଗଡ଼ ବାଉଁଶିଆପଡ଼ାରେ ଅଘଟଣ ।

744

କନକ ବ୍ୟୁରୋ : ନୟାଗଡ଼ ବାଉଁଶିଆପଡ଼ା ଗାଁରେ ଅଘଟଣ । ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ଭାଇ ଭଉଣୀ, ମୃତ ଘୋଷଣା କଲେ ଡାକ୍ତର । ମୃତ ଦୁଇ ଶିଶୁ ସ୍ଥାନୀୟ ଗାଁର ଦ୍ୱିତୀକୃଷ୍ଣ ସେଠୀଙ୍କ ୮ ବର୍ଷୀୟ ପୁଅ ସାଇ ସେଠୀ ଓ ୧୨ ବର୍ଷୀୟ ଝିଅ କାଜଲ ସେଠୀ ବୋଲି ସୂଚନା ମିଳିଛି ।

କୁସୁମା ନଦୀର ବନ୍ଧ ଜରିଆରେ ଜମା ହୋଇଥିବା ପାଣିରେ ଗାଧୋଇବାକୁ ଯାଇ ମୃତ୍ୟୁବରଣ କରିଛନ୍ତି । ଉଭୟଙ୍କୁ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ଉଭୟ ଶିଶୁଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।