ଯୋଗୀ ମନ୍ତ୍ରୀମଣ୍ଡଳରେ ଦୁଇ ମନ୍ତ୍ରୀଙ୍କ ଅସନ୍ତୋଷ । ଗୃହମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫା ପତ୍ର । ଦଳିତ ବୋଲି ଅଫିସର ଶୁଣୁନଥିବା ଆଣିଲେ ଅଭିଯୋଗ
କନକ ବ୍ୟୁରୋ: ଯୋଗୀ କ୍ୟାବିନେଟ୍ରେ ସବୁକିଛି ଠିକ୍ ଚାଲିଛି ତ ? ଗତ ମଙ୍ଗଳବାର ଠାରୁ ଏହି ପ୍ରଶ୍ନ ରାଜନୈତିକ ମହଲରେ ଆଲୋଚନା ହେଉଛି । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳର ଜଳ ଶକ୍ତି ମନ୍ତ୍ରୀ ଦିନେଶ ଖଟିକ୍ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି । ଚିଠିରେ ସେ ଜଣେ ଦଳିତ ସମାଜରୁ ମନ୍ତ୍ରୀ ହୋଇଥିବାରୁ ଅଫିସରମାନେ ତାଙ୍କ କଥା ଶୁଣୁନଥିବା ସେ ଉଲ୍ଲେଖ କରିଛନ୍ତି । କିନ୍ତୁ ୟୁପି ସରକାରଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ଏପଟେ ପୂର୍ତ ବିଭାଗର ମନ୍ତ୍ରୀ ଜତିନ ପ୍ରସାଦ ମଧ୍ୟ ରାଗିକି ଅଛନ୍ତି, ସେ ବୁଧବାର ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର ଅଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଯୋଗୀ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ କାହିଁକି ଇସ୍ତଫା ପତ୍ର ପଠାଇଲେ ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟ ଜଣେ ମନ୍ତ୍ରୀ ଗୃହମନ୍ତ୍ରୀଙ୍କୁ ଭେଟିବା ଖାଲି ଏକ ନ୍ୟୁଜ୍ ନୁହେଁ, ଏହା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି ।
ପ୍ରଥମ କାରଣ: ମଙ୍ଗଳବାର ୟୁପି ମନ୍ତ୍ରୀମଣ୍ଡଳର ବୈଠକ ପରେ ମନ୍ତ୍ରୀ ଦିନେଶ ଖଟିକ୍ ଲକ୍ଷ୍ନୌ ସ୍ଥିତ ତାଙ୍କ ଅଫିସକୁ ଯାଇନଥିଲେ ବରଂ ତାଙ୍କ ଅଫିସିଆଲ କାର ଏବଂ ସୁରକ୍ଷାକର୍ମୀଙ୍କୁ ଛାଡି ମିରଟ ଚାଲିଯାଇଥିଲେ ।
ଦ୍ୱିତୀୟ କାରଣ: କ୍ୟାବିନେଟ୍ ମନ୍ତ୍ରୀ ଜତିନ ପ୍ରସାଦଙ୍କ ପିଡବ୍ଲୁଡି ବିଭାଗର ମୁଖ୍ୟଙ୍କ ସହ ୫ ଜଣଙ୍କୁ ଯୋଗୀ ଆଦିତ୍ୟନାଥ ନିଲମ୍ବନ କରିଥିଲେ । ବିଭାଗର ଅଫିସର ଏବଂ କର୍ମଚାରୀମାନଙ୍କୁ ଅଦଳବଦଳ କରିବାରେ ଅନିୟମିତତାର କାରଣ ଦର୍ଶାଇ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା ।
ଏହି ଦୁଇଟି କାରଣ ଯୋଗୁ ଯୋଗୀ ମନ୍ତ୍ରୀମଣ୍ଡଳରେ ବିବାଦ ସୃଷ୍ଟି ହେଉଥିବା କୁହାଯାଉଛି । ହେଲେ ଏହା ପଛରେ ବି ଆଉ କିଛି କାରଣ ରହିଛି ଯାହା ମନ୍ତ୍ରୀ ଦିନେଶ ଖଟିକଙ୍କୁ କଷ୍ଟ ଦେଇଛି ।
ଦିନେସ୍ ଇସ୍ତଫା ପଛରେ କାରଣ କଣ ?
ଦିନେଶ ଖଟିକଙ୍କ କଥା ଯେ କେବଳ ତାଙ୍କ ଅଫିସରମାନେ ଶୁଣୁନାହାଁନ୍ତି ତାହା ନୁହେଁ ବଂର ୟୁପି ମନ୍ତ୍ରୀ ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂ ତାଙ୍କୁ କଥା ଶୁଣୁନଥିବା ସେ ଅଭିଯୋଗ ଆଣିଛନ୍ତି । ଏପରିକି ସରକାର ଗଠନ ହେବାର ୧୦୦ ଦିନ ପରେ ବି ତାଙ୍କୁ କୌଣସି କାର୍ଯ୍ୟ ଦିଆଯାଇନଥିବା ସେ ଅଭିଯୋଗ ଆଣିଛନ୍ତି । ଏନେଇ ଅମିତ ଶାହଙ୍କ ସହ ବିଜେପିର ୫ ଜଣ ବରିଷ୍ଠ ନେତାଙ୍କୁ ସେ ଚିଠି ଲେଖିଛନ୍ତି । ତେବେ ଦୁଇ ମନ୍ତ୍ରୀଙ୍କ ଏଭଳି ଅସନ୍ତୋଷକୁ ନେଇ ଯୋଗୀ ସରକାରରେ ଫାଟ ସୃଷ୍ଟି ହୋଇପାରେ ବୋଲି ରାଜନୈତିକ ରଣନୀତିକାରମାନେ ମତପ୍ରକାଶ କରିଛନ୍ତି ।