କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା କାର୍ଯ୍ୟକ୍ରମ ବିଜ୍ଞାପନରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାଁ ବାଦ ପଡିବା ନେଇ ରାଜନୀତି ଜୋର ଧରିଛି । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବରମୁଣ୍ଡା ପଡିଆରେ କଟକ ଓ ଭୁବନେଶ୍ୱର ସହର ଗ୍ୟାସ ବିତରଣ ପ୍ରକଳ୍ପର ଶୁଭାରମ୍ଭ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି କାର୍ଯ୍ୟକ୍ରମ ପାଇଁ ଯେଉଁ ନିମନ୍ତ୍ରଣ ପତ୍ର ଛପା ଯାଇଥିଲା, ସେଥିରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାଁ ରହିଥିଲେ । ହେଲେ ଆଜି ଖବରକାଗଜରେ ଏ ନେଇ ଯେଉଁ ବିଜ୍ଞାପନ ପ୍ରକାଶ ପାଇଛି ସେଥିରେ ଏହି ଦୁଇ ମନ୍ତ୍ରୀଙ୍କ ନାଁ ବାଦ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/Capture-1-1.jpg)