ଦକ୍ଷିଣ କାଶ୍ମୀରର ସୋପିୟାଂ ଜିଲ୍ଲାରେ ଶନିବାର ସକାଳ ଭାରତୀୟ ସେନା ୨ ଜଣ ଆତଙ୍କବାଦୀଙ୍କୁ ମାରି ଗଡାଇଛନ୍ତି । ଏଥିରେ ଜଣେ ଜୈସ-ଏ-ମହମ୍ମଦର ଟପ୍ କମାଣ୍ଡର ଶାହଜହାଂ ଥିବା ବେଳେ ଗହଣ୍ଡ ଅଚଂଳରେ ସେନାର ଦୁଇରୁ ତିନି ଜଣ ଆତଙ୍କବାଦୀଙ୍କୁ ଘେରା ଯାଇଥିବାର ସୂଚନା ଦିଆଯାଇଥିଲା । ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
Jammu and Kashmir: Encounter underway between security forces and terrorists in Shopian district. More details awaited. (Visuals deferred by unspecified time) pic.twitter.com/xioVUQFXLH
— ANI (@ANI) April 13, 2019
ଜଣେ ପୋଲିସ୍ ଅଧିକାରୀଙ୍କ କହିବାନୁସାର ଗହଣ୍ଡ କ୍ଷେତ୍ରରେ ଆତଙ୍କବାଦୀ ରହିଥିବା ଖବର ସୁରକ୍ଷାବଳକୁ ଜାଣିବାକୁ ମିଳିଥିଲା । ଏହାପରେ ସେନା ତରଫରୁ ଉକ୍ତ ଅଞ୍ଚଳକୁ ବନ୍ଦ କରି ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଅପରେସନ୍ କରୁଥିବା ସମୟରେ ଆତଙ୍କବାଦୀମାନେ ଗୁଳି ଚଲାଇବା ଆରମ୍ଭ କରିଥିଲେ । ଜବାବରେ ସୁରକ୍ଷାକର୍ମୀ ଗୁଳି ଚଳାଇ ଦୁଇ ଆତଙ୍କବାଦୀଙ୍କୁ ମାରି ଗଡାଇଥିଲେ । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ହିଜବୁଲ୍ ମୁଜାହିଦ୍ଦିନ୍ ର ଦୁଇ ଆତଙ୍କୀ ମଧ୍ୟରୁ ଜଣେ ଏମ.ଟେକ୍ ଛାତ୍ର ଥିଲା ଏବଂ ତିନି ଦିନ ପୂର୍ବରୁ ହିଁ ଆତଙ୍କୀ ସଂଗଠନରେ ମିଶିଥିଲା । ଅନ୍ୟଜଣେ ଆତଙ୍କବାଦୀ ବିଲାଲ୍ ଅହମ୍ମଦ ରୁପେ ପରିଚୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/123-1.jpg)