ଦକ୍ଷିଣ କାଶ୍ମୀରର ବଡଗ୍ରାମର ଚାଡୁରା ସ୍ଥିତ ଗୋପାଳପୋରା-କୁଲଗାମ୍ ରେ ମଙ୍ଗଳବାର ମଧ୍ୟ ରାତ୍ରିରେ ଆତଙ୍କବାଦୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ହୋଇଥିବା ଫାୟାରିଙ୍ଗରେ ଦୁଇ ଆତଙ୍କବାଦୀ ମରିଥିବାର ସୂଚନା ମିଳୁଛି । ଏବେ ବି କିଛି ଆତଙ୍କବାଦୀ ଉକ୍ତ ଅଞ୍ଚଳରେ ଲୁଚି ଥିବାର ଖବର ଆସୁଛି । ସୁରକ୍ଷାବଳ ଏହି ଅଞ୍ଚଳକୁ ସମ୍ପୁର୍ଣ୍ଣ ଭାବରେ ଘେରି ରଖିଛନ୍ତି ଏବଂ ସର୍ଚ୍ଚ ଅପରେସନ୍ କୁ ମଧ୍ୟ ବଢାଇ ଦିଆଯାଇଛି ।
ସୂଚନା ଅନୁସାରେ ସୁରକ୍ଷାବଳଙ୍କୁ ସୂଚନା ମିଳିଥିଲା ଯେ ଦକ୍ଷିଣ କାଶ୍ମୀରର ଗୋପାଳପୋରା-କୁଲଗ୍ରାମ୍ ରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ଆସୁଛି । ଗୁଇନ୍ଦା ରିପୋର୍ଟ ଅନୁସାରେ ସୁରକ୍ଷାବଳ ଗୋପାଳପୋରା ଏବଂ କୁଲଗ୍ରାମ୍ ର ଅନେକ ଅଞ୍ଚଳକୁ ଘେରି ରଖିଛନ୍ତି । ସୁରକ୍ଷାବଳ ସବୁ ଘରର ତନାଘନା କରୁଥିବା ସମୟରେ ଆତଙ୍କବାଦୀମାନେ ଏହାର ଖବର ପାଇ ଆକ୍ରମଣ କରିଥିଲେ । ତେବେ ଭାରତୀୟ ସେନା ତରଫରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା । ଏଥିରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଏବେ ପର୍ଯ୍ୟନ୍ତ ଫାୟାରିଙ୍ଗ୍ ଜାରି ରହିଛି । ଆପଣଙ୍କୁ କହିରଖୁଛୁ କିଛି ଆତଙ୍କବାଦୀ ଏବେ ବି କିଛି ଅଞ୍ଚଳରେ ଲୁଚି ରହିଛନ୍ତି ଏବଂ ଫାୟାରିଙ୍ଗ୍ କରୁଛନ୍ତି । ସୁଚନାନୁସାରେ ଗତ ୫ ଦିନ ଭିତରେ ହୋଇଥିବା ଫାୟାରିଙ୍ଗରେ ୧୦ ରୁ ଅଧିକ ଆତଙ୍କବାଦୀ ମରିଥିଲେ । ପୁଲୱାମା ଏବଂ ସୋପିୟାଁରେ ଗୁରୁବାର ଆତଙ୍କବାଦୀ ଏବଂ ସୁରକ୍ଷାବଳ ମଧ୍ୟରେ ହୋଇଥିବା ଫାୟାରିଙ୍ଗରେ ୬ ଆତଙ୍କବାଦୀ ମୃତ୍ୟୁବରଣ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/india-kashmir-unrest_0f2bc6a8-2ce4-11e9-aa1f-306fb5735c10.jpg)
/kanak/media/post_attachments/wp-content/uploads/2019/05/army-1495374522-300x213.jpg)