କନକ ବ୍ୟୁରୋ : ଜମ୍ମୁକାଶ୍ମୀର ଅବନ୍ତିପୋରାରେ ସୁରକ୍ଷା ବଳ ଓ ଆତଙ୍କବୀଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଅବନ୍ତିପୋରାରେ ସୁରକ୍ଷା କର୍ମୀ ଜଣେ ଆତଙ୍କୀଙ୍କୁ ଏନକାଉଣ୍ଟର କରିଛନ୍ତି । ତେବେ ଜଣେ ମୃତ ଆତଙ୍କି ପୁଲଓାମାରେ କାଶ୍ମୀର ପଣ୍ଡିତ ସଂଜୟ ଶର୍ମାଙ୍କ ହତ୍ୟାକାଣ୍ଡ ରେ ସମ୍ପୁକ୍ତ ଥିଲା । ମୃତ ଆତଙ୍କୀ ଟିଆରଏଫ ଆତଙ୍କୀ ସଂଗଠନ ପାଇଁ କାମ କରୁଥିବା ନେଇ ଜଣାଇଛନ୍ତି କାଶ୍ମୀର ଏଡିଜିପି ବିଜୟ କୁମାର । ସେହିପରି ଗୁଳିବିନିମୟ ମଧ୍ୟରେ ଭାରତୀୟ ଜବାନ ମଧ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।