କନକ ବ୍ୟୁରୋ : ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ । ୨୦୧୯ ଯୋଡା ଅଂଚଳରେ ଏକ ଦୁଷ୍କର୍ମ ଘଟଣାରେ ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ପାଇଁ କହିଛନ୍ତି ଏଡିଜେ ଲୋକନାଥ ସାହୁ । ଦୁଇ ଅଭିଯୁକ୍ତ ହେଲେ ଶ୍ରୀବାସ୍ତବ ଲୋହାର, ଦୁମ୍ବୀ ମୁଣ୍ଡା । ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।
୨୪ ଜୁନ ୨୦୧୯ ରାତିରେ ଏହି ଘଟଣା ଘଟିଥିଲା । ଶ୍ରୀବାସ୍ତବ ସହ ନାବାଳିକାର ପ୍ରେମ ସଂପର୍କ ଥିବା ବେଳେ ଏକ ପଡିଆ ନିକଟକୁ ଡାକି ଶ୍ରୀବାସ୍ତବ ଓ ତାର ସାଂଗମାନେ ନାବାଳିକାକୁ ଗଣଦୁଷ୍କର୍ମ କରିଥିଳେ । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ ଜଣ ପ୍ରମାଣ ଅଭାବରୁ ଖଲାସ ହୋଇଯାଇଛନ୍ତି । ଏହା ସହ ପୀଡିତାଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/37-10.jpg)