ଆଜିର ସମୟ ଏଭଳି ହୋଇଗଲାଣି ଯେ ଆଉ କିଛି ଦିନ ପରେ ହିଂସ୍ରଜନ୍ତୁଙ୍କୁ ଦେଖି ଡରିବା ବଦଳରେ ମଣିଷକୁ ହିଁ ମଣିଷ ଦେଖି ଡରିବ । ପ୍ରତିଦିନ ଗଣମାଧ୍ୟମ ପୃଷ୍ଠାରେ ହତ୍ୟା, ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମ ଭଳି ଖବର ପଢିବା ଯେଭଳି ଏକ ସାଧାରଣ କଥା ହୋଇଗଲାଣି । ଏଭଳି ଆଉ ଏକ ଖବର ଝାରଖଣ୍ଡ ଜମସେଦପୁରରୁ ଆସିଛି । ଯାହାକୁ ଶୁଣିଲେ ମାନବତା ଉପରୁ ବିଶ୍ୱାସ ହିଁ ଉଠିଯିବ ।
ଝାରଖଣ୍ଡ ଜମସେଦପୁରର ଏହି ଘଟଣା । ରେଲୱେ ଷ୍ଟେସନରେ ନିଜ ମା’ ପାଖରେ ଶୋଇଥିବା ୩ ବର୍ଷର କୁନିଝିଅକୁ ଅପହରଣ କରି ଗଣଦୁଷ୍କର୍ମ କରିବା ଏବଂ ଯନ୍ତ୍ରଣାରେ ଝଟପଟ ହେବା ସମୟରେ ଗଳା କାଟି ହତ୍ୟା କରିବା ଘଟଣା ଏବେ ଆଲୋଡନ ସୃଷ୍ଟି କରିଛି । ଷ୍ଟେସନ୍ ରେ ଲାଗିଥିବା ସିସିଟିଭି କ୍ୟାମେରା ସହାୟତାରେ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସିସିଟିଭିରେ ଜଣେ ଦୁର୍ବୃତ୍ତ ଝିଅଟିକୁ କାନ୍ଧରେ ବୋହି ନେଉଥିବା ସ୍ପଷ୍ଟ ଦେଖାଯାଉଛି । ଦୁର୍ବୃତ୍ତ ଜଣକ ନିଜ ସାଙ୍ଗ ସହ ଝିଅଟିକୁ ଦୁଷ୍କର୍ମ କରିଥିଲା । ଭୀଷଣ ଯନ୍ତ୍ରଣା ସହିନପାରି ଝିଅଟି କାନ୍ଦୁଥିବା ସମୟରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଦୁର୍ବୃତ୍ତ ପୀଡିତା ମୁଣ୍ଡ କାଟିଦେଇଥିଲା । ଘଟଣା ଜୁଲାଇ ୨୫ ତାରିଖ ହୋଇଥିଲେ ହେଁ ବର୍ତ୍ତମାନ ସାମ୍ନାକୁ ଆସିଛି । ଟାଟାନଗର ରେଲୱେ ଷ୍ଟେସନରେ ଘଟିଛି ଏହି ଘଟଣା ।
ଟେଲ୍କୋ ନିବାସୀ ରିଙ୍କୁ ସାହୁ (୩୬) ଟାଟାନଗର ରେଲୱେ ଷ୍ଟେସନ ପରିସରରୁ ୩ ବର୍ଷର କୁନିଝିଅକୁ ମା’ ପାଖରୁ ହିଁ ଅପହରଣ କରିନେଇଥିଲେ । ଯାହା ସିସିଟିଭିରେ କଏଦ୍ ହୋଇଥିଲା । ଅଭିଯୁକ୍ତ ଘଟଣାରେ ସାଙ୍ଗ କୈଳାଶ କୁମାର (୩୮) ସାମିଲ୍ ଥିବା ନେଇ ବୟାନ୍ ଦେଇଥିଲା । ଦୁଷ୍କର୍ମ ପରେ ଝିଅଟି ଜୋରରେ କାନ୍ଦିବାରୁ ତା’ ଗଳାକାଟି ମୁଣ୍ଡରୁ ଗଣ୍ଡି ଅଲଗା କରିଥିଲା ଦୁର୍ବୃତ୍ତ । ପରଦିନ ଏକ ପ୍ଲାଷ୍ଟିକ ବ୍ୟାଗରେ ଶବକୁ ରାମାଧୀନ ବଗିଚାରେ ଫୋପାଡି ଦେଇଥିଲା । ମୁଖ୍ୟ ଅଭିଯୁକ୍ତ ରିଙ୍କୁର କହିବାନୁସାରେ ସେ ଏହା ପୂର୍ବରୁ ମଧ୍ୟ ଅନେକ ପିଲାଙ୍କ ସହ ଦୁଷ୍କର୍ମ କରିସାରିଛି ଏବଂ ଟଙ୍କା ଲୋଭରେ ସେମାନଙ୍କୁ ବିକ୍ରି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/453fa93c-b36a-11e9-8cbf-78d1c56f2fe2.jpg)
/kanak/media/post_attachments/wp-content/uploads/2019/08/Capture-3-300x171.jpg)
/kanak/media/post_attachments/wp-content/uploads/2019/08/Minor-300x300.jpg)