କନକ ବ୍ୟୁରୋ: ମାଲାକନଗିରି ପୁଲିସକୁ ସଫଳତା । ଓଡିଶାରେ ଆତ୍ମସମର୍ପଣ କଲେ ୨ ଛତିଶଗଡି ମାଓବାଦୀ । ଆତ୍ମସମର୍ପଣ ପରେ ଛତିଶଗଡରେ ବିପଦ ଥିବାରୁ ଓଡିଶାରେ ଆସି ଆତ୍ମସମର୍ପଣ କରିଛନ୍ତି ଦୁଇ ମାଓନେତା । ଛତିଶଗଡ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ଅନ୍ତର୍ଗତ ଦକ୍ଷୀଣ ବସ୍ତର ଡିଭିଜନର ଦୁଇ ଏସିଏମ କ୍ୟାଡର କାଡତି ହୁରା ଓ ଗଙ୍ଗା କାର୍ତାମୀ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଓ ମାଲାକନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
କାଡତି ହୁରା ପଡୋଶୀ ସୁକୁମା ଜିଲ୍ଲା କିଷ୍ଟରାମ ଏରିଆ କମିଟିର ଏସିଏମ କ୍ୟାଡର ଭାବେ ସକ୍ରିୟ ଥିବା ବେଳେ ତାଙ୍କ ନାଁରେ ୬ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା । ସେହିପରି ଗଙ୍ଗା କାର୍ତାମୀ ମଧ୍ୟ ସୁକୁମା ଜିଲ୍ଲା କୋଣ୍ଟା ଏରିଆ କମିଟିର ଏସିଏମ ଭାବେ ସକ୍ରିୟ ରହିଥିଲେ ଏବଂ ତାଙ୍କ ନାଁରେ ମଧ୍ୟ ୬ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏମାନେ ଓଡିଶା ଛତିଶଗଡ ସୀମାବର୍ତୀ ଅଞ୍ଚଳରେ ବହୁ ମାଓ ହିଂସାରେ ସମ୍ପୃକ୍ତ ଥିବା ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଜି ଚରଣ ସିଂ ମିନା ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/mao.jpg)