ଯବାନଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ବେଳେ ୨ ମାଓବାଦୀ ଗିରଫ: ୫ ଲକ୍ଷ ୨୦ ହଜାର ଟଙ୍କା ଜବତ

Advertisment
ଯବାନଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ବେଳେ ୨ ମାଓବାଦୀ ଗିରଫ: ୫ ଲକ୍ଷ ୨୦ ହଜାର ଟଙ୍କା ଜବତ

କନକ ବ୍ୟୁରୋ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ପ୍ରାୟ ୪୫ କି.ମି. ଦୂର କରାଇକେଲା ଥାନା ଅଞ୍ଚଳରୁ କମ୍ବିଂ ଅପରେସନ୍ ବେଳେ ଯବାନମାନେ ସିଲିଣ୍ଡର ବୋମା ଉଦ୍ଧାର କରିଥିଲେ। ଏହି ଘଟଣାର ୨୪ ଘଣ୍ଟା ପରେ ଗତକାଲି ସିଆରପିଏଫ୍ ଯବାନମାନେ କରାଇକେଲା ଥାନା ଅନ୍ତର୍ଗତ ରଞ୍ଜଡାକୋଚା ପାହାଡ଼ ନିକଟରୁ ଦୁଇ ନକ୍ସଲଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ନକ୍ସଲମାନେ ମାନେ ହେଲେ ପଶ୍ଚିମ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ପଦ୍ମପୁରର ବିଜୟ ପ୍ରଧାନ, ଲୋଦୋଡ଼ିହିର ଦଶରଥ ମହାତୋ।

ଏମାନଙ୍କ ନିକଟରୁ ୫ ଲକ୍ଷ ୨୦ ହଜାର ଟଙ୍କା, ବାଇକ୍, ମାଓବାଦୀ ସ୍ଲୋଗାନ ଲେଖାଥିବା ବ୍ୟାନର୍, ମାଓ ପୋଷ୍ଟର ସମେତ ତିନିଟି ମୋବାଇଲ ଜବତ ହୋଇଛି । ସିଆର୍ପିଏଫ୍ ଯବାନଙ୍କୁ ଟାର୍ଗେଟ କରିବାକୁ ରଞ୍ଜଡାକୋଚା ପାହାଡ଼ ନିକଟରେ ବିଜୟ, ଦଶରଥଙ୍କ ନେତୃତ୍ବରେ କିଛି ନକ୍ସଲ ଏକାଠି ହୋଇଥିବା ସମ୍ପର୍କରେ ସୂଚନା ମିଳିଥିଲା।

ସୂଚନା ଆଧାରରେ ସ୍ଥାନୀୟ ପୁଲିସ ଓ ସିଆର୍ପିଏଫ୍ ଯବାନମାନେ ପାହାଡ଼କୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଯବାନମାନଙ୍କୁ ଦେଖି ନକ୍ସଲମାନେ ସେଠାରୁ ଖସିଯିବାକୁ ଦୌଡ଼ିବାକୁ ଲାଗିଥିଲେ। ଯବାନମାନେ ସେମାନଙ୍କ ପିଛା କରି ବିଜୟ ଓ ଦଶରଥକୁ କାବୁ କରିଥିଲେ । ଅନ୍ୟମାନେ ସେଠାରୁ ଚମ୍ପଟ ମାରିଥିଲେ। ସଙ୍ଗଠନକୁ ମଜବୁତ କରିବା ପାଇଁ ଠିକାଦାରଙ୍କଠୁ ବଟି ଆଦାୟ ଓ ସିଆର୍ପିଏଫ୍ ଯବାନଙ୍କୁ ଟାର୍ଗେଟ କରିବାକୁ ଏଭଳି ଯୋଜନା କରୁଥିବା ପୁଲିସ କହିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ୍କୁ ଯୋଜନା କରାଯିବା ସହ ନକ୍ସଲଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe