ଶିକୁଳିରେ ବନ୍ଧା ପଡିିଛି ଦୁଇ ଦୁଇଟି ଜୀବନ: ମିଳୁନି ସହାୟତା, ଅଭାବ ଯୋଗୁଁ ହୋଇପାରୁନି ଚିକିତ୍ସା

78

କନକ ବ୍ୟୁରୋ: ଶିକୁଳିରେ ବନ୍ଧା ପଡିିଛି ଦୁଇ ଦୁଇଟି ଜୀବନ । ମାନସିକ ଅନଗ୍ରସର ହୋଇଥିବାରୁ ବନ୍ଦୀ ଭାବେ ଜୀବନ ଜୀଉଁଚନ୍ତି । କନ୍ଧମାଳ ଟିକାବାଲି ବ୍ଲକ ବରସାହିରେ ରୁହନ୍ତି ଏହି ଦୁଇ ଜଣ । ଜୀବନ କଣ ଜାଣିବା ଆଗରୁ ମାନସିକ ଭାରସାମ୍ୟ ହରାଇ ବସିଲେ ମମିତା । ବିଭିନ୍ନ ସ୍ଥାନରେ ମାଡପିଟ କରିବା ସହ ଘରୁ କୁଆଡେ ଚାଲିଯାଉଥିଲେ । ତାପରଠାରୁ ତାଙ୍କୁ ଲୁହା ଶିକୁଳିରେ ବାନ୍ଧି ରଖାଯାଉଛି । ଦୀର୍ଘ ୪ବର୍ଷ ହେଲା ଏହିଭଳି ଜୀବନ ଜୀଉଁଛନ୍ତି ମମିତା । ସେହିଭଳି ଗାଁର ଅନ୍ୟଜଣେ ଯୁବକ ଅଟଳ ପ୍ରଧାନ । ତାଙ୍କର ବି ସେହି ସମାନ ସ୍ଥିତି । ହେଲେ ୩ବର୍ଷ ବୟସରୁ ବନ୍ଦୀ ଜୀବନ ଜୀଉଁଛନ୍ତି । ମାନସିକ ବିକାର ଗ୍ରସ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ହେଲେ ଏମାନଙ୍କ ପାଇଁ ଯେମିତି ଏହା ସ୍ୱପ୍ନ ପାଲଟିଛି । ଘରର ଆର୍ଥିକ ସ୍ଥିତି ପାଇଁ , ନା ଚିକିତ୍ସା ହୋଇପାରୁଛି ନା ସହଯୋଗ ମିଳିପାରୁଛି । ବର୍ଷ ବର୍ଷ ଧରି ଏହିଭଳି ଶିକୁଳିରେ ବାନ୍ଧି ହୋଇ ରହିଛନ୍ତି ଏହି ଦୁଇଜଣ । ପ୍ରତିଥର ଭଳି ଚଳିତଥର ମଧ୍ୟ ସହଯାଗ ପାଇଁ ମିଳିଛି ପ୍ରତିଶ୍ରୁତି । ଯାହାର ଅପେକ୍ଷାରେ ରହିଛନ୍ତି ପରିବାର ।