ବିଜେଡିରେ ସାମିଲ ହେଲେ ସାଧୁ-ସାରଙ୍ଗ । କଂଗ୍ରେସର ‘ହାତ’ ଛାଡ଼ି ‘ଶଙ୍ଖ’ ଧରିଲେ ସାଧୁ, ଘର ବାହୁଡ଼ିଲେ ସାରଙ୍ଗ ।

292

କନକ ବ୍ୟୁରୋ: ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ସାଧୁ ନେପାକ ଓ ବିଷମ-କଟକ ବିଜେପି ନେତା ତଥା ପୂର୍ବତନ ବିଧାୟକ ସାରଙ୍ଗଧର କାଡ୍ରାକା । ନବୀନ ନିବାସରେ ଉଭୟ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ‘ଶଙ୍ଖ’ ଧରିଛନ୍ତି । ତେବେ ନିକଟରେ ବରଗଡ଼ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳରୁ ଘୋଷଣା କରିଥିବା ଟିକେଟ୍ ତାଲିକାରେ ତାଙ୍କ ସ୍ଥାନରେ ବରଗଡ଼ରୁ ଦଳ ନିପନ ଦାସଙ୍କୁ ପ୍ରାର୍ଥୀ କରିଥିଲା । ଏଥିରେ ଖୁବ୍ଧ ହୋଇ ସାଧୁ ନେପାକ ଦଳ ଛାଡିଥିବା ଇସ୍ତଫା ପତ୍ରରେ ଦର୍ଶାଇଥିଲେ । ୨୦୦୯ ମସିହାରେ ସାଧୁ ନେପାକ ବରଗଡ଼ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ତେବେ ଟିକେଟ୍ ନପାଇବା କାରଣରୁ ‘ହାତ’ ଛାଡ଼ିଥିବା ପୂର୍ବତନ କଂଗ୍ରେସ ବିଧାୟକ ସାଧୁ ନେପାକ ଆଜି ବିଜେଡିରେ ସାମିଲ ହୋଇଛନ୍ତି ।

ସେହିପରି ବିଷମ-କଟକର ଟାଣୁଆ ବିଜେପି ନେତା ସାରଙ୍ଗଧର କାଡ୍ରକା ‘ପଦ୍ମ’ ଛାଡ଼ି ଶଙ୍ଖ ଧରିଛନ୍ତି । ବିଜେପି ଦଳ ତାଙ୍କୁ ଅଣଦେଖା କରି ଶିବଶଙ୍କର ଉଲ୍ଲାକାଙ୍କୁ ଟିକେଟ୍ ଦେଇଥିବାରୁ ବିଜେପି ସାଥ୍ ଛାଡ଼ି ଘରବାହୁଡ଼ିଛନ୍ତି ସାରଙ୍ଗ । ୨୦୦୦ ମସିହାରେ ବିଜେଡିରୁ ଟିକେଟ୍ ପାଇ ଏଠାରୁ ନିର୍ବାଚିତ ହୋଇଥିଲେ ସାରଙ୍ଗ । ଏହାପରେ ୨୦୦୯ରେ ସ୍ୱାଧୀନ ଓ ୨୦୧୪ରେ ବିଜେପି ଟିକେଟ୍ ପାଇ ପ୍ରତିଦ୍ୱନ୍ଦିତା କରିଥିଲେ ସାରଙ୍ଗ । ହେଲେ ଚଳିତଥର ବିଜେପି ତାଙ୍କୁ ଟିକେଟ୍ ରେସରୁ ବାଦ୍ ଦେବାପରେ ଏବେ ପୁଣି ଘରବାହୁଡ଼ିଛନ୍ତି ପୂର୍ବତନ ବିଧାୟକ ସାରଙ୍ଗଧର କାଡ୍ରାକା ।