କନକ ବ୍ୟୁରୋ: ଖଜା ବେପାରକୁ ନେଇ ଲାଗି ରହିଥିବା ବିବାଦ ପୁଣିଥରେ ଉଗ୍ରରୂପ ନେଇଥିବା ବେଳେ ଗଡିଛି ଆଉ ଜଣଙ୍କର ମୁଣ୍ଡ। ଗତ ୮ତାରିଖରେ ମାର୍କଣ୍ଡେଶ୍ୱର ସାହିର ରାଧାଗୋବିନ୍ଦ ଲେନର ଦୀନେଶ ଖୁଣ୍ଟିଆଙ୍କୁ ହତ୍ୟା କରାଯାଇଥିଲା। ସୋମବାର ରାତିରେ ଦୁର୍ବୃତ୍ତ ମାନେ ଏହାର ପ୍ରତିଶୋଧ ନେଇଛନ୍ତି।
ଦୀନେଶ ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରଦୀପ୍ତ ସାହୁଙ୍କ ଦିବ୍ୟାଙ୍ଗ ବାପା ହରିହର ସାହୁଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇ ହତ୍ୟା କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ମୃତ ହରିହରଙ୍କ ପରିବାର ପକ୍ଷରୁ ପୁରୀ ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି। ପୁଲିସ୍ ଖୁବଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପୁରୀ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି।