କନକ ବ୍ୟୁରୋ : କଡା ସୁରକ୍ଷା ସତ୍ତ୍ୱେ ପୁଣି ଅଶାନ୍ତ ହୋଇଛି ମଣିପୁର । ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାରେ ଅଜ୍ଞାତ ଦୁର୍ବୃତ୍ତଙ୍କୁ ଗୁଳିମାଡରେ ୨ ମୃତ, ୭ରୁ ଅଧିକ ଆହତ ହୋଇଛନ୍ତି । ମଙ୍ଗଳବାର ନରସେନା ଗାଁ ନିକଟ ଜମିରେ ଚାଷ କରୁଥିବା କୃଷକଙ୍କ ଉପରେ ଗୁଳିମାଡ କରିଥିଲେ କିଛି ବଦମାସ । ଗୁଳିମାଡରେ ଆହତ ଚାଷୀଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଚାଷୀଙ୍କ ଉପରେ ଗୁଳିମାଡ ଘଟଣା ପରେ ଶାନ୍ତ ପଡିଆସୁଥିବା ମଣିପୁରରେ ପୁଣି ଉତ୍ତେଜନା ବଢିବାରେ ଲାଗିଛି ।

Advertisment

ମୈତେଇ ବହୁଳ ବିଷ୍ଣୁପୁର ଓ କୁକି ସଂପ୍ରଦାୟ ବହୁଳ ଚୁରାଚାନ୍ଦପୁର ସୀମାରେ ଗୁଳି ମାଡ ପରେ ପ୍ରତିହିଂସାର ନିଆଁ ଜଳିଛି । ଅଘଟଣର ଆଶଙ୍କା କରି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଲାଇଛି । ସେପଟେ ସୋମବାର ମଣିପୁର ହିଂସା ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ୬ଟି ବନ୍ଧୁକ, ଗୁଳି ସହ ବିସ୍ଫୋରକ ଜବତ କରାଯାଇଛି ।