ଫେଲ୍ ମାରିଲା ଆତଙ୍କୀଙ୍କ ଚାଲ୍ ! ପଞ୍ଜାବ ପୋଲିସ୍ ପଞ୍ଝାରେ ପଡ଼ିଲେ ଦୁଇ ଆତଙ୍କୀ, ନର୍ସ ବେଶରେ ହିନ୍ଦୁ ନେତାଙ୍କୁ ଟାର୍ଗେଟ କରିଲେ ମହିଳା ଆତଙ୍କବାଦୀ

ପଞ୍ଜାବରେ ଆତଙ୍କୀ ଗତିବିଧିକୁ ବୃଦ୍ଧି କରିବା ନେଇ ଗତ କିଛିଦିନ ସନ୍ଦେହ କରୁଥିଲା ପଞ୍ଜାବ ପୋଲିସତ ତେଣୁ ପଞ୍ଜାବ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ହୋଇଥିଲା ।

959

କନକ ବ୍ୟୁରୋ : ପଞ୍ଜାବ ପୋଲିସକୁ ବଡ ସଫଳତା । ପଞ୍ଜାବ ଲୁଧିଆନାରରୁ ଦୁଇ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ଏଥିରୁ ଜଣେ ମହିଳା ଆତଙ୍କବାଦୀ ରହିଥିବାବେଳେ ଅନ୍ୟଜଣେ ଆତଙ୍କବାଦୀ ପୁରୁଷ ଆତଙ୍କବାଦୀ ରହିଛି । ଯିଏ ପଞ୍ଜାବ ଗୁରଦାସପୁରର ବୋଲି ଜଣା ପଡିଛି । ତେବେ ମହିଳା ଆତଙ୍କବାଦୀ ଜଣକ ଦୀର୍ଘଦିନ ହେବ ଲୁଧିଆନାରେ ନର୍ସ ଭାବରେ କାମ କରୁଥିବା ଖବର ପାଇଛି ପଞ୍ଜାବ ପୋଲିସ ।

ସୂଚନା ଅନୁସାରେ, ପଞ୍ଜାବରେ ଆତଙ୍କୀ ଗତିବିଧିକୁ ବୃଦ୍ଧି କରିବା ନେଇ ଗତ କିଛିଦିନ ସନ୍ଦେହ କରୁଥିଲା ପଞ୍ଜାବ ପୋଲିସ ତେଣୁ ପଞ୍ଜାବ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ହୋଇଥିଲା । ଯାହା ଦ୍ୱାରା ଅପରେସନ ଜରିଆରେ ପୋଲିସ ଦୁଇ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରିଛି । ତେବେ ପୋଲିସ କହିବା ମୁତାବକ, ଏହି ଖଲିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ କିଛି ହିନ୍ଦୁ ନେତା ଥିଲେ । ଆଉ ବ୍ଲୁ-ପ୍ରିଣ୍ଟ ବି ପ୍ରସ୍ତୁତ କରିଥିସାରିଥିବା ପୋଲିସ ଖବର ପାଇଥିଲା । ଯାହାକୁ ପଞ୍ଜାବ ପୋଲିସ୍ ପଣ୍ଡ କରିବା ପାଇଁ ଜାଲ ବିଛାଇ ସର୍ଚ୍ଚ ଅପରେସନ୍ ଜାରି କରିଥିଲା ।

ସୁବୁଠାରୁ ଗରୁତ୍ୱପୂର୍ଣ୍ଣ ବିଷୟ ହେଲା କି, ଗିରଫ ହୋଇଥିବା ଆତଙ୍କବାଦୀଙ୍କ ପରିଚୟ ମିଳିଛି । ଦୁଇ ଆତଙ୍କୀଙ୍କ ମଧ୍ୟରେ ସୁରିନ୍ଦର କୌର ନାମକ ମହିଳା ଆତଙ୍କବାଦୀ ଫରୀଦକୋଟର ହୋଇଥିବା ବେଳେ ଲୁଧିଆନାର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ଅନ୍ୟ ଜଣେ ସାଥୀ ଆତଙ୍କବାଦୀ ଲଖବୀର ସିଂହ ଯିଏ ଗୁରୁଦାସପୁରର ହୋଇଥିବା ବେଳେ ଦୁବାଇରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଆତଙ୍କୀ କାଣ୍ଡ ଭିଆଇବା ପାଇଁ ଦୁଇ ଜଣ ଫେସବୁକ ଜରିଆରେ ପରିଚିତ ହୋଇଥିଲେ । ପଞ୍ଜାବ ପୋଲିସର ସାଇବର କ୍ରାଇମ ସେଲ୍ ଏହି ଦୁଇ ଜଣଙ୍କ ଉପରେ ପୂର୍ବରୁ ନଜର ରଖି ଆସୁଥିଲା । ସେମାନଙ୍କୁ ବିଦେଶରୁ ଏଥିପାଇଁ ପଇସା ମିଳୁଥିଲା । ଆଉ ଏମାନଙ୍କର ବିଦେଶରେ ରହୁଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କ ମଧ୍ୟରେ ଯୋଗାଯୋଗ ମଧ୍ୟ ରହିଥିବା ସୂଚନା ମିଳିଛି । ଦୁଇ ଆତଙ୍କବାଦୀ ସୁରିନ୍ଦର ଓ ଲଖବୀରଙ୍କୁ କୋର୍ଟରେ ହାଜର କରି ଦୁଇ ଦିନ ପାଇଁ ରିମାଣ୍ଡରେ ଦେଇ ପୋଲିସ୍ ହେପାଜତକୁ ପଠାଯାଇଛି ।