କନକ ବ୍ୟୁରୋ: କାଉଡିଆଙ୍କ ଉପରେ ମାଡ଼ିଗଲା କାର୍। କଟକ-କେନ୍ଦ୍ରାପଡ଼ା ରାସ୍ତାର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ତହସିଲ ଚକ ନିକଟରେ ଏକ କାର କାଉଡିଆଙ୍କୁ ଧକ୍କା ଦେଇଥିଲା। ଫଳରେ ପାଣିଭାର ନେଇ ଯାଉଥିବା ଦୁଇ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଛି। ମୃତକ ଜିଗ୍ନିପୁର ବାପଦା ଗାଁର ଚିନ୍ମୟୀ ବେହେରା ଓ ଝାରପଡ଼ା ଗାଁର ଜ୍ୟୋତିରଞ୍ଜନ ରାଉତ।
ଆଜି ସକାଳେ ଏମାନେ ଶୈବପୀଠରେ ଜଳଲାଗି କରିଥାନ୍ତେ। ଏହା ପୂର୍ବରୁ ଦୁର୍ଘଟଣାରେ ସେମାନଙ୍କ ଜୀବନ ଯାଇଛି। ଅନ୍ୟ ୩ ଜଣ ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଉତ୍ୟକ୍ତ ଲୋକେ କଟକ-କେନ୍ଦ୍ରାପଡ଼ା ରାସ୍ତା ଅବରୋଧ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/Screen-Shot-2024-07-29-at-8.28.33-AM.png)