କନକ ବ୍ୟୁରୋ : ଶ୍ରାବଣମାସ ଆରମ୍ଭ ହେଉ ହେଉ କାଉଡିଆଙ୍କୁ ନେଇ ବିଭିନ୍ନ ଅଘଟଣା ଖବର ସାମ୍ନାକୁ ଆସୁଛି । ଆଳିପିଙ୍ଗଳ ଦେବୀ ନଦୀ କେତକେଶ୍ୱର ଘାଟରେ ଘଟିଛି ଅଘଟଣ । ନଦୀରେ ପଶି ପାଣିଭାର ଉଠାଉ ଥିବା ବେଳେ ୨ଜଣ କାଉଡିଆ ନଦୀପାଣିରେ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣଙ୍କୁ ଅଗ୍ନିଶମ ବାହିନୀ ଖୋଜୁଛି ।

Advertisment

ସେହିଭଳି ଗତକାଲି ଉତ୍ତର ପ୍ରଦେଶର ମେରଟ ଠାରେ ବିଦ୍ୟୁତ୍ ତାର ସେମାନଙ୍କ ଉପରକୁ ଛିଡି ପଡିଥିଲା । ଫଳରେ ୬ଜଣ କାଉଡିଆଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିଲେ ।