ଫିଲ୍ମର କ୍ଲାଇମେକ୍ସ ବଦଳରେ ହେଲା ଜୀବନର କ୍ଲାଇମେକ୍ସ । କନ୍ନଡ ଫିଲ୍ମ ମାସ୍ତିଗୁଡ଼ିର ସୁଟିଂ ବେଳେ ଘଟିଛି ଦୁର୍ଘଟଣା । ଯେଉଁଥରେ ୨ ଜଣ ଷ୍ଟଣ୍ଟ ମ୍ୟାନ୍ ତଥା ଅଭିନେତାଙ୍କ ମୃତ୍ୟୁ ହୋଇଛି । ବିନା ଲାଇଭ୍ ଜାକେଟ୍ ପିନ୍ଧି ହେଲିକେପ୍ଟର ଉପରୁ ଡେଇଁବା ଯୋଗୁଁ ଦୁଇ କଳାକାରଙ୍କ ମୁତ୍ୟୁ ହୋଇଥିବା ଜଣାପଡ଼ିଛି ।
ବାଙ୍ଗାଲୋରରୁ ୩୫ କିଲୋମିଟର ଦୂର ଥିପାଗୋଣ୍ଡାହାଲି ଡ୍ୟାମରେ ଚାଲିଥିଲା ଫିଲ୍ମ ସୁଟିଂ । କୁହାଯାଉଛି ଫିଲ୍ମର ହିରୋ ଥିବା ଦୁନିଆ ବିଜୟ ଲାଇଭ୍ ଜାକେଟ୍ ପିନ୍ଧି ହେଲିକେପ୍ଟରରୁ ଡେଇଁଥିବା ବେଳେ ଉଦୟ ଏବଂ ଅନିଲ ଲାଇଭ୍ ଜାକେଟ୍ ପିନ୍ଧିନଥିଲେ । ଏହି ଦୁର୍ଘଟଣା ପରେ ଅଗ୍ନିଶମ ବିଭାଗ ଓ ପୁଲିସ ପହଂଚି ନିଖୋଜ୍ ହୋଇଯାଇଥିବା ଏହି ଦୁଇ କଳାକାରଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲା ।
ଦେଖନ୍ତୁ ସୁଟିଂ ବେଳେ ସିସିଟିଭିରେ କଏଦ ହୋଇଥିବା ଦୁର୍ଘଟଣାର ଭିଜୁଆଲ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/44932-deihrngqzp-1478533822.jpg)