ନାଗାବଳୀ ନଦୀରେ ବୁଡି ପ୍ରାଣ ହରାଇଲେ ୨ ନାବାଳକ । ତୁମ୍ବିଗୁଡା ଘାଟରେ ଗାଧୋଇବା ସମୟରେ ଅଘଟଣ ।

109

କନକ ବ୍ୟୁରୋ: ରାୟଗଡା ଜିଲ୍ଲା ନାଗାବଳୀ ନଦୀରେ ବୁଡି ପ୍ରାଣ ହରାଇଲେ ୨ ନାବାଳକ । ଆଜି ୮ରୁ ୧୦ ଜଣ ସାଙ୍ଗ ଏକାଠି ହୋଇ ନଦୀରେ ଗାଧୋଉଥିଲେ । ହେଲେ ଏହି ସମୟରେ ହଠାତ୍ ଦୁଇ ଜଣ ସାଙ୍ଗଙ୍କ ଗୋଡ ଖସିଯିବାରୁ ଅଘଟଣ ଘଟିଥିଲା । ତେବେ ସ୍ଥାନୀୟ ଲୋକ ୨ ଜଣ ନାବାଳକଙ୍କୁ ଉଦ୍ଧାର କରିଥିବାବେଳେ, ଏବେ ସେମାନଙ୍କର ପ୍ରାଣ ହାନୀ ଘଟିଥିବା ସୂଚନା ରହିଛି । ତେବେ ବର୍ତ୍ତମାନ ସେମାନଙ୍କୁ ହସ୍ପିଟାଲ ନିଆଯାଉଥିବାବେଳେ, ସେମାନଙ୍କର ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନି ।