କନକ ବ୍ୟୁରୋ : ଧରାପଡ଼ିଲେ ମଦୁଆ ବସ୍ ଡ୍ରାଇଭର । କଟକରେ ମଦ ପିଇ ଗାଡ଼ି ଚଳାଇବା ବେଳେ ଦୁଇ ଡ୍ରାଇଭରଙ୍କୁ ଗିରଫ କରାଯିବା ସହ ଦୁଇଟି ବସ୍ ଜବତ ହୋଇଛି । ମଦ ପିଇଥିବା ନେଇ ବ୍ରେଥ୍ ଆନାଲାଇଜର ଯନ୍ତ୍ରରେ ଜଣାପଡ଼ିବା ପରେ ଉଭୟ ଚାଳକଙ୍କୁ ଗିରଫ କରିଛି ପୁଲିସ୍ ।
Two interstate SC buses seized at Chauliaganj PS, drivers arrested and forwarded to Court due to drunken driving tonight. DLs of drivers suspended. @STAOdisha@CTOdishapic.twitter.com/iLEaPXTzUx
— RTO CUTTACK (@rto_cuttack) December 21, 2020
ଚାଉଳିଆଗଂଜ ଥାନା ନିକଟରେ ଏହି ଦୁଇ ବସ୍ ଡ୍ରାଇଭର ଧରାପଡ଼ିଛନ୍ତି । ବସ୍ ଦୁଇଟି ଅନ୍ତରାଜ୍ୟ ଚଳାଚଳ କରୁଥିଲା । ମଦୁଆ ଡ୍ରାଇଭରଙ୍କୁ ୧୦ ହଜାର ଲେଖାଏଁ ଜରିମାନା ହୋଇଛି । ଏହାସହ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି । କଟକ ଆରଟିଓ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।