ଜୁଲାଇ ୧୦ ତାରିଖ ମଙ୍ଗଳବାର ଦିନ ବେଙ୍ଗାଲୁରୁ ଆକାଶରେ ଦୁଇଟି ଇଣ୍ଡିଗୋ ବିମାନ ପରସ୍ପର ମଧ୍ୟରେ ଧକ୍କା ଖାଇବା ପୂର୍ବରୁ ବର୍ତ୍ତିଯାଇଛନ୍ତି। ଫଳରେ ପ୍ରାୟ ୩୩୦ ଜଣ ଯାତ୍ରୀଙ୍କ ଜୀବନ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇ ଯାଇଛି।
ରେଗୁଲେଟରଙ୍କୁ ସଂକ୍ରାନ୍ତରେ ଅବଗତ କରାଇ ଦିଆଯାଇଛି ବୋଲି ଇଣ୍ଡିଗୋ ଏୟାର୍ଲାଇନ୍ସ୍ କହିଛି।ବିମାନ ଦୁଇଟି ପ୍ରାୟ ୪ ମାଇଲ୍ ଦୂରରେ ଥିଲେ ଏବଂ ପରସ୍ପର ମଧ୍ୟରେ ଥିଲା ୨୦୦ ମିଟର୍ ଉଚ୍ଚ ବ୍ୟବଧାନ। ଉଭୟ ବିମାନ ମଧ୍ୟରେ ଟ୍ରାଫିକ୍ କୋଲିସନ୍ ଆଭଏଡାନ୍ସ୍ ସିଷ୍ଟମ୍ ଟ୍ରିଗର୍ ହେବା ପରେ ସେମାନେ ସ୍ୱାଭାବିକ ପ୍ରକ୍ରିୟା ଅନୁସରଣ କରିଥିଲେ।
ବିମାନ ଦୁଇଟି କୋଏମ୍ବାଟୁର୍-ହାଇଦ୍ରାବାଦ ଏବଂ ବାଙ୍ଗାଲୋର୍-କୋଚିନ୍ ରୁଟ୍ରେ ଯାଉଥିଲେ। ହାଇଦ୍ରାବାଦ ଅଭିମୁଖେ ଯାଉଥିବା ବିମାନରେ ଥିଲେ ୧୬୨ ଜଣ ଯାତ୍ରୀ । ଅନ୍ୟ ବିମାନଟିରେ ଥିଲେ୧୬୬ ଜଣ ଯାତ୍ରୀ । ଏ କଥା ନିଶ୍ଚିତ କରି କହିଛନ୍ତି ଇଣ୍ଡିଗୋର ଜଣେ ମୁଖପାତ୍ର।
କର୍ତ୍ତୃପକ୍ଷ ଏ ଘଟଣାର ତଦନ୍ତ ଆରମ୍ଭ କରିବେ ବୋଲି ଇଣ୍ଡଷ୍ଟ୍ରି ସୂତ୍ରରୁ ପ୍ରକାଶ ।
ବାଙ୍ଗାଲୁର ଏୟାରସ୍ପେଶରେ ଇଣ୍ଡିଗୋ ଏୟାରଲାଇନର ଦୁଇଟି ବିମାନ ପରସ୍ପର ସହ ଧକ୍କା ହେବା ପରିସ୍ଥିତିରୁ ଅଳ୍ପକେ ବର୍ତିଛି । କୋଏମ୍ବାଟୁର ହାଇଦ୍ର୍ରାବାଦ ଓ ବାଙ୍ଗାଲୁର କୋଚିନ ବିମାନ ଏହି ଅଘଟଣରୁ ବର୍ତିଯାଇଛନ୍ତି । ଦୁଇଟି ବିମାନ ମଧ୍ୟରେ କେବଳ ୨ ଶହ ମିଟରର ବ୍ୟବଧାନ ରହିଥିଲା । କୋଏମ୍ବାଟୁର – ହାଇଦ୍ରାବାଦକୁ ଯିବା ବିମାନରେ ୧୬୨ ଯାତ୍ରୀ ଥିବାବେଳେ ଅନ୍ୟ ବିମାନରେ ୧୬୬ ଯାତ୍ରୀ ଥିଲେ । ଦୁଇଟି ବିମାନର ଟିସିଏଏସ ଆଲାରାମ ବନ୍ଦ ହୋଇଯିବା କାରଣରୁ ଅଘଟଣ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ପାଇଲଟଙ୍କ ଉପସ୍ଥିତ ବୃଦ୍ଧି ଯୋଗୁଁ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଛି । ସେପଟେ ଏହି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/07/IndiGo-1.jpg)
/kanak/media/post_attachments/wp-content/uploads/2018/07/indigo-759-300x167.jpg)