କନକ ବ୍ୟୁରୋ : ସ୍ୱେଚ୍ଛାସେବକ ଏବଂ ସେବା କ୍ଷେତ୍ର ନିମନ୍ତେ ଉଦ୍ଦିଷ୍ଟ ଫେଡେରାଲ୍ ଏଜେନ୍ସି ‘ଆମେରିକର୍ପସ୍’ର ମୁଖ୍ୟ ପଦବୀରେ ବାଇଡେନ୍ ପ୍ରଶାସନ ‘ସାଧାରଣ ସେବାରେ ପ୍ରବୀଣ’ ଦୁଇଜଣ ଭାରତୀୟ ବଂଶୋଦ୍ଭବଙ୍କୁ ନିଯୁକ୍ତ କରିଛି।
ସେ ଦୁଇଜଣ ହେଉଛନ୍ତି ସୋନାଲୀ ନିଜ୍ହଓ୍ଵାନ୍ ଏବଂ ପ୍ରିଷ୍ଟୋନ୍ କୁଲକର୍ଣ୍ଣି। ସୋନାଲୀଙ୍କୁ ‘ଡାଇରେକ୍ଟର୍ ଅଫ୍ ଆମେରିକର୍ପସ୍ ଷ୍ଟେଟ୍ ଆଣ୍ଡ୍ ନ୍ୟାସ୍ନାଲ୍’ର ନିର୍ଦେଶକ ଏବଂ ପ୍ରିଷ୍ଟନ୍ଙ୍କୁ ‘ଏକ୍ଷ୍ଟର୍ନାଲ୍ ଆଫେୟାର୍ସ’ର ନୂତନ ମୁଖ୍ୟ ଭାବେ ମନୋନୀତ କରାଯାଇଛି।
କଂଗ୍ରେସ ପାଇଁ ଟେକ୍ସାସ୍ରୁ ଦୁଇ ଥର ପ୍ରତିଦ୍ୱନ୍ଦ୍ୱିତା କରି ବିଫଳ ହୋଇଥିବା କୁଲକର୍ଣ୍ଣିଙ୍କୁ ଓ୍ଵାସିଂଟନ୍ ଗୁରୁତ୍ୱ ଦେଇଛି। ଏହି ନିଯୁକ୍ତି ସଂକ୍ରାନ୍ତରେ ଜାରି କରିଥିବା ଏକ ବିବୃତିରେ ‘ଆମେରିକର୍ପସ୍’ କହିଛି ଯେ, ନିଜ୍ହଓ୍ଵାନ୍ ଏବଂ ଡାନ୍ କୋଲ୍ସ୍ଙ୍କ ସମେତ ତାଙ୍କ ନିଯୁକ୍ତି ‘ବିବିଧ ନେତୃତ୍ୱ ପ୍ରତି ବାଇଡେନ୍ ପ୍ରଶାସନ ପ୍ରତିଶ୍ରୁତି’ର ପ୍ରତିଫଳନ କରୁଛି।
କରୋନାଭାଇରସ୍, ଆର୍ଥିକ ସୁଧାର, ବର୍ଣ୍ଣସାମ୍ୟତା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ସାମ୍ପ୍ରତିକ ସମୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆହ୍ଵାନ ଉପରେ ଧ୍ୟାନ ନିବିଷ୍ଟ କରିଥିବା ବାଇଡେନ୍ ପ୍ରଶାସନର ଯୋଜନାରେ ଏମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ।