ପାକିସ୍ତାନ ସ୍ଥିତ ଭାରତୀୟ ଦୂତବାସର ଦୁଇ ଅଧିକାରୀ ନିଖୋଜ : ଗତ କିଛି ଘଂଟା ହେବ ମିଳିନି କୌଣସି ଖବର, ଜାତୀୟ ଗଣମାଧ୍ୟମର ସୂଚନା

404

କନକ ବ୍ୟୁରୋ : ପାକିସ୍ତାନ ସ୍ଥିତ ଭାରତୀୟ ଦୂତାବାସର ଦୁଇ ଅଧିକାରୀ ନିଖୋଜ ହୋଇଥିବା ସୂତ୍ରରୁ ଜଣାପଡିଛି । ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ଗତ କିଛି ଘଂଟା ହେଲା ଏହି ଦୁଇ ଅଧିକାରୀଙ୍କ କୌଣସି ଖୋଜଖୋବର ନଥିବା ଜଣାପଡିଛି । ତାଙ୍କର ସନ୍ଧାନ ଜାରି ରହିଥିବା ସୂଚନା ମିଳିଛି । ଏହାସହ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ସମ୍ମୁଖରେ ଭାରତୀୟ ବିଦେଶ ମନ୍ତ୍ରାଳୟ ଏହି ପ୍ରସଙ୍ଗ ଉଠାଇଛି । ପୂର୍ବରୁ ମଧ୍ୟ ପାକିସ୍ତାନରେ ସ୍ଥିତ ଭାରତୀୟ କୂଟନୈତିଜ୍ଞଙ୍କୁ ଆଇଏସଆଇ ହଇରାଣ କରୁଥିବା ଖବର ଆସିଥିଲା । ଭାରତୀୟ କୂଟନୀତିଜ୍ଞ ଗୌରବ ଆଲୁୱାଲିଆଙ୍କ ଇସଲାମାବାଦସ୍ଥିତ ଘର ଆଗରେ କିଛି ଲୋକଙ୍କୁ  ମୁତୟନ  କରିଥିଲା ଆଇଏସଆଇ । ସେମାନେ କାର ଓ ବାଇକ ସହ ଘର ଆଗରେ ପହରା ଦେଉଥିଲେ । ଗୌରବ ଆଲୁୱାଲିଆଙ୍କୁ  ଡରାଇବାକୁ ଉଦ୍ୟମ କରାଯାଇ ତାଙ୍କ କାର ପଛରେ ବାଇକ ବି ପିଛା କରିଥିଲା ।

ଜୁନ ୨ ତାରିଖରେ ଏହି ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା । ଖବର ଅନୁସାରେ,  ଆଲୁୱାଲିଅ । ବାହାରିବା ସମୟରେ ଘର ଆଗରେ କାର ଓ ବାଇକରେ ଠିଆ ହୋଇଥିବା ଆଇଏସଆଇର ଲୋକ ତାଙ୍କର ପିଛା କରିଥିଲେ ।