ବ୍ୟବସାୟିକ ଶତ୍ରୁତାକୁ ନେଇ ସୁନ୍ଦରଗଡ ଗର୍ଜନବାହାଲ ଅଂଚଳରେ ଗୁଳିକାଣ୍ଡ । ପାର୍ଟନରସିପ ନେଇ ଗଣ୍ଡଗୋଳ ପରେ ୨ ଶହ ରାଉଣ୍ଡ ଫାଙ୍କା ଗୁଳିଚାଳନା ଓ ବୋମାମାଡ

521

କନକ ବ୍ୟୁରୋ : ବ୍ୟବସାୟିକ ଶତ୍ରୁତାକୁ ନେଇ ସୁନ୍ଦରଗଡ଼ରେ ଗୁଳିକାଣ୍ଡ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ ଖଣି ଅଂଚଳରେ ଗୁଳିକାଣ୍ଡ ହୋଇଛି । ପାର୍ଟନରସିପକୁ ନେଇ ଝଗଡ଼ା ହେବାରୁ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି । ଉତ୍ୟକ୍ତ ହୋଇ ଗୋଟିଏ ଗୋଷ୍ଠ ବୋମା ମାଡ କରିବା ସହ ୨ଶହ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ଖବର ମିଳିଛି । ଗୁଳିମାଡ଼ରେ ସୁନ୍ଦରଗଡ଼ର ୨ ଜ ଯୁବକ ଆହତ ହୋଇଥିବା ସୂଚନା । ଆହତ ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ଛତିଶଗଡର ରାୟଗଡ଼କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ୨୦୦ ରାଉଣ୍ଡ ଗୁଳି ଓ ୱୋମା ମାଡ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।