ଏସଟିଏଫ୍ କବଜାରେ ବାଘ ଛାଲ ଚୋରା ଚାଲାଣକାରୀ , ୨ବେପାରୀ ଗିରଫ

52

କନକ ବ୍ୟୁରୋ : ପୁଣି ଏକ ବାଘ ଛାଲ ଜବତ କରିଛି କ୍ରାଇମ ବ୍ରାଂଚର ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ୍) । ମୟୁରଭଞ୍ଜ ରାଇରଙ୍ଗପୁର ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଚଟଣି ବସ ଷ୍ଟପ ନିକଟରେ ଚଢାଉ କରି ଏସଟିଏଫ୍ ଏକ ଚିତା ବାଘ ଛାଲ ଜବତ କରିବା ସହ ଦୁଇ ଶିକାରୀଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ମୟୁରଭଞ୍ଜ ଜିଲ୍ଲାର ଅଜିତ କୁମାର ଗିରି, ଚନ୍ଦ୍ରକାନ୍ତ କୁର୍ଜୀ ।

ସେମାନେ ଆଜି ବାଘ ଛାଲ ନେଇ ବିକ୍ରି କରିବାକୁ ବସ ଷ୍ଟପ ଯାଉଥିବା ସୂଚନା ପାଇଥିଲା ଏସଟିଏଫ୍ । ପରେ ଏସଟିଏଫ୍ ପକ୍ଷରୁ ସ୍ଥାନୀୟ ପୋଲିସ ସହାୟତରେ ସେଠରେ ଚଢାଉ କରି ବାଘ ଛାଲ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା । ତେବେ ବିଗତ ବର୍ଷଟେ ମଧ୍ୟରେ ବେଆଇନ ବନ୍ୟଜନ୍ତୁ ଶିକାର ଓ ଚାଲାଣ ଉପରେ ଚଢାଉ କରି ଏସଟିଏଫ୍ ୧୯ ଟି ବାଘ ଛାଲ, ୧୦ଟି ହାତୀ ଦାନ୍ତ, ୨ଟି ହରୀଣ ଛାଲ, ୫ ଟି ଜୀବନ୍ତ ବଜ୍ରକାପ୍ତା ଏବଂ ୧୫ କିଲୋ ବଜ୍ରକାପ୍ତା କାତି ଜବତ କରିଛି । ଏଭଳି ବେଆଇନ କାରବାରରେ ସମ୍ପୃକ୍ତ ୩୭ରୁ ଅଧିକ ଅପରାଧୀଙ୍କୁ ଗିରଫ କରିଛି ଏସଟିଏଫ୍ ।