କନକ ବ୍ୟୁରୋ: କଟକଣା ସତ୍ୱେ ଚିଲିକାରେ ଚାଲିଛି ବେଧଡ଼କ୍ ପକ୍ଷୀ ଶିକାର । ଆଜି ପୁଣି ଥରେ ଏହାର ପ୍ରମାଣ ଦେଖିବାକୁ ମିଳିଛି । ଟାଙ୍ଗୀ ବନ୍ୟପ୍ରାଣୀ ରେଂଜ୍ ପକ୍ଷରୁ ଚିଲିକା ପ୍ରେଟ୍ରୋଲିଂ ବେଳେ ୫୭ଟିି ଗୁଳିବଦ୍ଧ ବିଦେଶୀ ପକ୍ଷୀ ସହ ୩ଟି ଜିବିତ ପକ୍ଷୀ ଜବତ କରାଯାଇଛି । ଏହି ଘଟଣାରେ ଦୁଇ ଜଣ ଶୀକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୫ଶହରୁ ଉର୍ଦ୍ଧ ଗୁଳି, ଛୁରୀ ଏବଂ ଚୋରା ବନ୍ଧୁକ ସହ ଗୋଟିଏ ଡ଼ଙ୍ଗା ମଧ୍ୟ ଜବତ କରାଯାଇଛି । ବନ୍ୟା ପ୍ରାଣୀ ବିଭାଗର ଚଢଉ ସମୟରେ ବନକର୍ମାରୀଙ୍କୁ ଆକ୍ରମଣ କରିଥିଲେ ଶିକାରୀ । ଏମାନଙ୍କ ମଧ୍ୟ ୫ଜଣ ଏବେ ଫେରାର ଅଛନ୍ତି । ଭିତର ଚିଲିକା ୧ନମ୍ବର କୁଦ ନିକଟରୁ ଶିକାରୀ ମାନଙ୍କୁ ଗିରଫ କରାଯାଇଛି ।
ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ୍ ଅଫିସରଙ୍କ ସୂଚନା ଅନୁଯାୟୀ, ବନବିଭାଗ ପକ୍ଷରୁ ଚିଲିକାର ସୋରଣ ନିକଟବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିବା ବେଳେ ଏକ ମେସିନ୍ ଡଙ୍ଗା ଦ୍ରୁତଗତିରେ ପଳାଇଯିବାକୁ ଚେଷ୍ଟା କରିଥିଲା। ବନବିଭାଗ କର୍ମଚାରୀମାନେ ଡଙ୍ଗାକୁ ଅଟକାଇ ଯାଞ୍ଚ କରିବାକୁ ଚାହିଁବାରୁ ଡଙ୍ଗାରେ ଥିବା ସୋରଣ ମୁସଲିମ୍ ସାହିର ମମ୍ତାଜ ଖାଁ ଓ ନାରଲୀ ଖାଁ ସେମାନଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନଙ୍କ ଆକ୍ରମଣରେ ଫରେଷ୍ଟର ରାଧାକାନ୍ତ ହୋତା, ପକ୍ଷୀ ସୁରକ୍ଷା କର୍ମଚାରୀ ଚନ୍ଦନ ସାହୁ, ଶେଷଦେବ ପରିଡ଼ା ଓ ରମେଶ ପରିଡ଼ା ଆହତ ହୋଇଥିଲେ। ତେବେ ବନବିଭାଗ କର୍ମଚାରୀମାନେ କୌଶଳକ୍ରମେ ଡଙ୍ଗା ସହିତ ଅଭିଯୁକ୍ତମାନଙ୍କୁ ଧରିବା ପରେ ଡଙ୍ଗା ଭିତରୁ ୬୦ଟି ଗୁଳିବିଦ୍ଧ ବିଦେଶାଗତ ପକ୍ଷୀ ଜବତ ଓ ବନ୍ଧୁକ ଆଦି ଶିକାର ସାମଗ୍ରୀ ଜବତ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/13-1.jpg)
/kanak/media/post_attachments/wp-content/uploads/2019/11/arrest3_14.jpg)