କନକ ବ୍ୟୁରୋ: ମତଦାନ କେନ୍ଦ୍ରରେ ମାରପିଟ୍ । ବୁଥ୍ ରିଗିଂ ଅଭିଯୋଗ । ଭଂଜନଗର ନିର୍ବାଚନ ମଣ୍ଡଳିର ତୁରୁମି ପଂଚାୟତର ବେରୁଆବାଡି ଗାଁର ୪୭ ନମ୍ବର ବୁଥ୍ରେ ଏଭଳି ହଙ୍ଗାମା ଦେଖିବାକୁ ମିଳିଛି । ବିଜେଡି ଓ ବିଜେପି କର୍ମୀ ମାଡ ମରାମରି ହୋଇଥିବା ଅଭିଯୋଗ ହୋଇଛି । ତେବେ ବିଜେଡି କର୍ମୀ ବୁଥ୍ ରିଗିଂ ପାଇଁ ଚେଷ୍ଟା କରୁଥିବା ବେଳେ ବିଜେପି କର୍ମୀ ବିରୋଧ କରିଥିଲେ । ଫଳରେ ଦୁଇ ଦଳର କର୍ମୀ ହାତାହାତି ହୋଇଥିବା ସୂଚନା ମିଳିଛି । ପରସ୍ପର ମଧ୍ୟରେ ଧୁମ୍ ମରାମରି ହୋଇଛନ୍ତି । ତାରାସିଙ୍ଗି ପୁଲିସ ପହଂଚି ସ୍ଥିତି ନିୟନ୍ତ୍ରଣ କରିଥିବା ଜଣାପଡିଛି ।