କନକ ବ୍ୟୁରୋ: ନାମାଙ୍କନ ପତ୍ର ଦାଖଲ ବେଳେ ଗଣ୍ଡଗୋଳ । ପୁରୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ସ୍ୱାଧୀନ ପ୍ରାର୍ଥୀ ସୁଜିତ ମହାପାତ୍ର ନିଜ ନିଜର ନାମାଙ୍କନ ପତ୍ର ଦାଖଲ ପାଇଁ ଯାଇଥିବା ବେଳେ ହଟ୍ଟଗୋଳ ହୋଇଛି । ସୁଜିତ ମହାପାତ୍ରଙ୍କ ଟିକେଟ କଟିବା ପରେ ସେ ସ୍ୱାଧୀନ ଭାବେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ ପାଇଁ ଆସିଥିବା ବେଳେ ଉଭୟ ସମର୍ଥକଙ୍କ ମଧ୍ୟରେ ଠେଲାପୋଲା ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ପୁରୀରେ ଗରମ ରାଜନୈତିକ ପାଣିପାଗ: ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ
/kanak/media/post_attachments/wp-content/uploads/2024/05/6-6.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)