ମା ପାଖକୁ ଯିବା ବାଟରେ ଡାକିନେଲା ଯମ । ପୋଖରୀ ବୁଡି ପ୍ରାଣ ହରାଇଲେ ୨ କୁନି ଝିଅ । 

Advertisment
ମା ପାଖକୁ ଯିବା ବାଟରେ ଡାକିନେଲା ଯମ । ପୋଖରୀ ବୁଡି ପ୍ରାଣ ହରାଇଲେ ୨ କୁନି ଝିଅ । 

କନକ ବ୍ୟୁରୋ: ପୋଖରୀରେ ବୁଡି ପ୍ରାଣ ହରାଇଲେ ୨ ଶିଶୁ । ମାଲକାନଗିରି ଜିଲ୍ଲା ପେଡାକୋଣ୍ଡା ପଞ୍ଚାୟର ମଙ୍ଗ ଗ୍ରାମରୁ ଆସିଛି ଏପରି ଦୁଃଖଦ ଖବର । ଏହି ଗାଁରେ ଅମ ପଡିଆମିଙ୍କ ଦୁଇ ଝିଅ ରାଜେଶ୍ୱରୀ ପଡିଆମି ଓ ଶିବାନୀ ପଡିଆମି ଆଜି ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି । ତେବେ ଦୁହେଁ ବଞ୍ଚିବାକୁ ଜୋରଦାର ଉଦ୍ୟମ କରୁଥିଲେ ମଧ୍ୟ ଶେଷରେ ମୃତ୍ୟୁବରଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅମ ପଡିଆମି ଆଜି ଧାନକାଟିବାକୁ ଯାଇଥିଲେ । ଏହି ସମୟରେ ମା ପାଖକୁ ଯାଉଥିଲେ ଦୁଇ ଶିଶୁ । ହେଲେ ପୋଖରୀ ହୁଡା ବାଟ ଦେଇ ଯାଉଥିବା ସମୟରେ ଦୁହେଁ ପୋଖରୀରେ ପଡିଯାଇଥିଲେ । ଏହି ସମୟରେ ଦୁହେଁ ବହୁ ସମୟ ପର୍ଯ୍ୟନ୍ତ ନିଜ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ, ପାଖରେ କେହି ନଥିବାରୁ ଦୁହେଁ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି । ସ୍ଥାନୀୟ କିଛି ଲୋକ ଏହି ଖବର ପାଇବା ପରେ ପରିବାର ଲୋକଙ୍କୁ ନେଇ ଥାନାରେ ପହଞ୍ଚିଥିଲେ । ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରାଜୁ କରି ତଦନ୍ତ କରୁଥିବାବେଳେ ଦୁଇ ଝିଅର ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe