କନକ ବ୍ୟୁରୋ: ପୋଖରୀରେ ବୁଡି ପ୍ରାଣ ହରାଇଲେ ୨ ଶିଶୁ । ମାଲକାନଗିରି ଜିଲ୍ଲା ପେଡାକୋଣ୍ଡା ପଞ୍ଚାୟର ମଙ୍ଗ ଗ୍ରାମରୁ ଆସିଛି ଏପରି ଦୁଃଖଦ ଖବର । ଏହି ଗାଁରେ ଅମ ପଡିଆମିଙ୍କ ଦୁଇ ଝିଅ ରାଜେଶ୍ୱରୀ ପଡିଆମି ଓ ଶିବାନୀ ପଡିଆମି ଆଜି ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି । ତେବେ ଦୁହେଁ ବଞ୍ଚିବାକୁ ଜୋରଦାର ଉଦ୍ୟମ କରୁଥିଲେ ମଧ୍ୟ ଶେଷରେ ମୃତ୍ୟୁବରଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଅମ ପଡିଆମି ଆଜି ଧାନକାଟିବାକୁ ଯାଇଥିଲେ । ଏହି ସମୟରେ ମା ପାଖକୁ ଯାଉଥିଲେ ଦୁଇ ଶିଶୁ । ହେଲେ ପୋଖରୀ ହୁଡା ବାଟ ଦେଇ ଯାଉଥିବା ସମୟରେ ଦୁହେଁ ପୋଖରୀରେ ପଡିଯାଇଥିଲେ । ଏହି ସମୟରେ ଦୁହେଁ ବହୁ ସମୟ ପର୍ଯ୍ୟନ୍ତ ନିଜ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ, ପାଖରେ କେହି ନଥିବାରୁ ଦୁହେଁ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି । ସ୍ଥାନୀୟ କିଛି ଲୋକ ଏହି ଖବର ପାଇବା ପରେ ପରିବାର ଲୋକଙ୍କୁ ନେଇ ଥାନାରେ ପହଞ୍ଚିଥିଲେ । ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରାଜୁ କରି ତଦନ୍ତ କରୁଥିବାବେଳେ ଦୁଇ ଝିଅର ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି ।
ମାଲକାନଗିରି ପେଡାକୋଣ୍ଡା ଗାଁରେ ଅଭାବନୀୟ ଘଟଣା । ପୋଖରୀରେ ବୁଡିଯାଇ ଦୁଇ ଭଉଣୀଙ୍କର ମୃତ୍ୟୁ । ଜଣେ ୩ ବର୍ଷର ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ ସୂଚନା । ଧାନକାଟି ଯାଇଥିବା ମା ପାଖକୁ ଯାଉଥିଲେ ୨ ଶିଶୁ ।#Malkangiri#Odisha#KanakNewspic.twitter.com/S4pUk10rcf
— Kanak News (@kanak_news) October 9, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/9-11.jpg)