କନକ ବ୍ୟୁରୋ : ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀବାସୀ ୨ଟି ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ପୂର୍ବରୁ ପୁରୀବାସୀଙ୍କ ସମେତ ଅନ୍ୟ ଭକ୍ତମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିଲେ। ଏଣିକି ପୁରୀବାସୀ ସିଂହଦ୍ୱାର ସମେତ ପଶ୍ଚିମଦ୍ୱାର ଦେଇ ମଧ୍ୟ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସମସ୍ତ ଭକ୍ତ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ।
ଜିଲ୍ଲାପାଳ ସମର୍ଥ ବର୍ମା ଓ ବରିଷ୍ଠ ସେବାୟତଙ୍କ ଅନୁପସ୍ଥିତିରେ ଆଜି ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ଅଥବା କୋଭିଡ-୧୯ ଟିକାର ଡବଲ ଡୋଜ ପ୍ରମାଣପତ୍ର ନେଇକି ଯିବେ।
ବୈଠକରେ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କ ପାଇଁ ଡ୍ରେସ୍ କୋର୍ଡ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀମାନେ କେଉଁ ରଂଗର ଡ୍ରେସ କୋର୍ଡ ପନ୍ଧିବେ ସେ ନେଇ ଆଗାମୀ ବୈଠକରେ ନିଷ୍ପତ୍ତି ହେବ। ଦୀପାବଳି ପରଠାରୁ ଶ୍ରୀମନ୍ଦିର କର୍ମଚାରୀ ପାରଂପରିକ ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ଯିବେ ବୋଲି ଜଣାପଡ଼ିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/Jagannath-Temple-Singha-Dwara-Paschim-Dwara-Opens-For-Puri-People_Thumbnail-750x430-1.jpg)