ରାସ୍ତାରେ ସେଲଫି ନେବା ପଡିଲା ମହଙ୍ଗା । ପଛପଟୁ ଧକ୍କା ଦେଲା କାର୍, ଓଭରବ୍ରିଜ ତଳକୁ ପଡି ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ ।

ରାସ୍ତାରେ ସେଲଫି ନେବା ପଡିଲା ମହଙ୍ଗା । ପଛପଟୁ ଧକ୍କା ଦେଲା କାର୍, ଓଭରବ୍ରିଜ ତଳକୁ ପଡି ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ ।

ହାଇଦ୍ରାବାଦରେ ଥିବା ଏକ ଫ୍ଲାଏଓଭର ଘଟିଛି ଏକ ଦୁଃଖଦ ଘଟଣା। ସାଙ୍ଗ ସହ ଫ୍ଲାଏଓଭର କଡ଼ରେ ଠିଆ ହୋଇ ଦୁଇ ସାଙ୍ଗ ସେଲଫି ନେଉଥିବା ବେଳେ ହଠାତ୍ ଏକ କାର୍ ଆସି ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। କାରଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଦୁହେଁ ଫ୍ଲାଏଓଭର ତଳକୁ ଖସି ପଡ଼ିଥିଲେ। ଏହି ଘଟଣା ପରେ ଦୁହିଁଙ୍କର ପ୍ରାଣବାୟୁ ଉଡ଼ି ଯାଇଥିବା ବେଳେ ଅଭିଯୁକ୍ତ ଚାଳକଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣଙ୍କ ଜଣେ ସଫ୍ଟୱେୟାର ଇଞ୍ଜିନିୟର ବୋଲି ଜଣାପଡ଼ିଛି।

ପୁଲିସର ସୂଚନା ମୁତାବକ, ଅଭିଯୁକ୍ତ ଅଭିଳାଷ ନିଜ ସାଙ୍ଗମାନଙ୍କ ସହ ପାର୍ଟି କରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପାର୍ଟିରେ ଦରକାରଠାରୁ ଅଧିକ ମଦ ପିଇ ଦେଇଥିବାରୁ ସେ ଗାଡ଼ି ଦ୍ରୁତଗତିରେ ଚଳାଉଥିଲେ। ଏହି ସମୟରେ ଗାଡ଼ିଟି ବାୟୋ ଡାଇଭର୍ସିଟି ଫ୍ଲାଏଓଭର ଦେଇ ଉଠିଥିଲା। ବୁଲାଣିରେ ଦୁଇ ଯୁବକ ଏନ୍ ବାମସୀ ଏବଂ ଭି ପରବୀନ ଠିଆ ହୋଇ ସେଲଫି ନେଉଥିବା ବେଳେ ଅଭିଳାଷ ନିୟନ୍ତ୍ରଣ ହରାଇ ଦୁହିଁଙ୍କୁ ପଛପଟୁ ଧକ୍କା ଦେଇଥିଲେ। ଏନ୍ ବାମସୀ ଏବଂ ଭି ପରବୀନଙ୍କ ଧକ୍କା ଦେବା ପୂର୍ବରୁ ସେ ଦୁଇ ବାଇକ୍ ଚାଳକଙ୍କୁ ମଧ୍ୟ ଧକ୍କା ଦେଇଥିଲେ। କିନ୍ତୁ ସେମାନେ ସାମାନ୍ୟ ଆହତ ହୋଇ ଏବେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି। ତେବେ ଏନ୍ ବାମସୀ ଏବଂ ଭି ପରବୀନ ଧକ୍କା ଦେବା ପରେ ଉପସ୍ଥିତ ଲୋକେ ଅଭିଳାଷଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe