କନକ ବ୍ୟୁରୋ: ବିଜେପିର ମିଶ୍ରଣ ପର୍ବ । ବିଜେପିରେ ମିଶିଲେ ଦୁଇ ପୂର୍ବତନ ବିଧାୟକ । ଆଜି ବିରାଟ ପଟୁଆରରେ ଆସି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଏବଂ ସାରସକଣାର ପୂର୍ବତନ ବିଜେଡ଼ି ବିଧାୟକ ଭାଦବ ହାଂସଦା ଆଜି ବିରାଟ ପାଟୁଆରରେ ଆସି ବିଜେପିରେ ମିଶିଲେ । ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଅପରାଜିତା ଷଡ଼ଙ୍ଗୀ ଏବଂ ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ବିଜେପି ବିଧାୟକ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ ।
ସେହିପରି ଘସିପୁରାର ବିଜେପି ନେତା ପୃଥ୍ୱୀରାଜ କୁଅଁରଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ବିରାଟ ପଟୁଆରରେ ଆସି ଆଜି ବିଜେପିରେ ମିଶିଛନ୍ତି । ଆନନ୍ଦପୁରରୁ ଝାନ୍ସୀରାଣୀ ଦାସଙ୍କ ନେତୃତ୍ୱରେ ଅନେକ ବିଜେଡ଼ି ଓ କଂଗ୍ରେସ କର୍ମୀ ଦଳ ଛାଡିରେ ବିଜେପିରେ ସାମିଲ ହୋଇଛନ୍ତି । କଟକ ପ୍ରକାଶ ବେହେରାଙ୍କ ନେତୃତ୍ୱରେ ବିଜେଡ଼ି କଂଗ୍ରେସ ଛାଡି ଆଜି ବିଜେପିରେ ସାମିଲ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/Screen-Shot-2024-02-29-at-6.28.32-PM.png)