କନକ ବ୍ୟୁରୋ : କୋରାପୁଟର ଗାଈକୁ ନେଇ ଦୁଇପକ୍ଷ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ଗାଈକୁ ଦୁଇ ପରିବାର ନିଜର ବୋଲି ଦାବି କରୁଛନ୍ତି । ଏହାକୁ ନେଇ ସେଠାରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଛି । ହାଉସିଂ ବୋର୍ଡର ଜୟଶ୍ରୀରାଉତ ଓ କମଳାମୁଦୁଲି ଗୋଟିଏ ଗାଈକୁ ନିଜର ବୋଲି ଦାବି କରୁଛନ୍ତି । ଏହାକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ଝଗଡା ହେବାରୁ ମାମଲା କୋରାପୁଟ ଟାଉନଥାନାକୁ ଯାଇଛି । ପୁଲିସ ମାମଲା ରୁଜୁ କରି ଗାଈକୁ ତୃତୀୟ ପକ୍ଷକୁ ଜିମା ଦେଇଛି ।
ଘଟଣା ଅନୁସାରେ, କମଳା ମୁଦୁଲିଙ୍କ ଘରୁ ଗୋଟିଏ ଗାଈ ଚୋରି ହୋଇଯାଇଛି । ସେପଟେ ଜୟଶ୍ରୀଙ୍କ ଘରେ ୧୭ଟି ଗାଇ ଅଛି । ତେଣୁ ଏହି ଗାଈ ମଧ୍ୟରୁ ଗୋଟିଏ ଗାଇ ତାଙ୍କର ବୋଲି ଦାବି କରୁଛନ୍ତି କମଳା । ସବୁଠାରୁ ବଡ କଥା ହେଲା, ଗାଈର ମାଲିକାନାକୁ ନେଇ ପୁଲିସ ପ୍ରାଣୀ ଚିକିତ୍ସିକଙ୍କ ସହାୟତା ନେଇଥିଲେ ବି ଗାଈ କାହାର ତାହା ଚିହ୍ନଟ ହୋଇପାରୁନାହିଁ । ଗାଈଟି ଉଭୟ ଜୟଶ୍ରୀ ଓ କମଳାଙ୍କ ପାଖକୁ ଯାଉଛି । ଅନ୍ୟ କେହି ଡାକିଲେ ଯାଉନାହିଁ । ଫଳରେ ଦ୍ୱନ୍ଦ୍ୱରେ ପଡିଯାଇଛି ପୁଲିସ । ପ୍ରକୃତରେ ଗାଈ କାହାର ତାହା ପୁଲିସ ଜାଣିପାରୁନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/9-1.jpg)