ବାଲେଶ୍ୱର ଖନ୍ତପଡାରେ ୨ ନକଲି ପୁଲିସ କାବୁ । ଚେକିଂ ବେଳେ ଖସି ପଳାଇବାକୁ ଉଦ୍ୟମ : ଗାଡି ଓ ବନ୍ଧୁକ ଜବତ

294

କନକ ବ୍ୟୁରୋ : ସୋରରେ ଧରାପଡିଲେ ନକଲି ପୋଲିସ । ସୋର ଖନ୍ତାପଡା ନିକଟରୁ ଧରାପଡିଲେ ଦୁଇ ଜଣ ନକଲି ପୋଲିସ । ପୋଲିସ ପୋଷାକରେ ଆସୁଥିବା ବେଳେ ଚେକିଂ ବେଳେ ଧରାପଡିଲେ ଦୁଇ ଜଣ । ଚେକିଂ ସମୟରେ ପୋଲିସକୁ ଦେଖି ଖସି ପଳାଉଥିବା ବେଳେ ଏମାନଙ୍କୁ ଗିରଫ କରିଥିଲା ଖନ୍ତାପଡା ଥାନା ପୋଲିସ ।

ଦୁଇ ଜଣଙ୍କ ନିକଟରୁ ବନ୍ଧୁକ ଜବତ ହୋଇଛି । ଏହା ସହିତ ନକଲି ପୋଲିସ ଆସୁଥିବା ଗାଡିକୁ ମଧ୍ୟ ପୋଲିସ ଜବତ କରିଛି । କାହିଁକି ଦୁଇ ଜଣ ନକଲି ପୋଲିସ ପୋଷାକରେ ଆସୁଥିଲେ, ସେ ନେଇ ଅଧିକ ତଦନ୍ତ କରୁଛି ଖନ୍ତାପଡା ପୋଲିସ ।